ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭଙ୍ଗା ହେଲା ଚନ୍ଦ୍ରବାବୁ ନାଇଡୁଙ୍କ ବଙ୍ଗଳା । ଗତକାଲି ରାତିରେ ଜେସିବି ଲଗାଇ ବଙ୍ଗଳାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରା ଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଜଗ ମୋହନ ରେଡ୍ଡୀ ପୂର୍ବରୁ ସୂଚନା ଦେଇଥିଲେ । ସରକାରୀ ନିୟମ ଉଲ୍ଲଂଘନ କରି ବଙ୍ଗଳା ନିର୍ମାଣ କରାଯାଇଥିବାରୁ ତାହାକୁ ଭାଙ୍ଗି ଦିଆଯାଇଥିବା ସୂଚନା ମିଳିଛି । ବଙ୍ଗଳା ଟି ପ୍ରଜାଦେବିକାର ଗୋଟିଏ ଭାଗରେ ରହିଥିବାରୁ ତାହାକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲା ଏବେର ଜଗନ ମୋହନ ରେଡ୍ଡିଙ୍କ ସରକାର ।
ପୂର୍ବରୁ ବିଭିନ୍ନ ପ୍ରକାର ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପକୁ ନେଇ ଚର୍ଚ୍ଚାରେ ଥିବା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଚନ୍ଦ୍ର ବାବୁ ନାଇଡୁଙ୍କ ଆଲିସାନ ବଙ୍ଗଳାକୁ ଭାଙ୍ଗି ଅଧିକ ଚର୍ଚ୍ଚାକୁ ଆସିଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟ ସରକାର ଶନିବାର ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତି ସ୍ଥିତ ବାସଭବନ ‘ପ୍ରଜା ବେଦିକା’ କୁ ନିଜ କବ୍ଚାକୁ ନେଇଥିଲେ । ଏହା ରାଜ୍ୟସରକାରଙ୍କ ପରିବର୍ତ୍ତନର କାର୍ୟ୍ୟକାରୀ ବୋଲି ଟିଡିପି କହିଥିଲା । ଟଡିପି ସରକାର ପକ୍ଷରୁ ପ୍ରଜା ବେଦିକା ର ନିର୍ମାଣ ଆନ୍ଧ୍ରପ୍ରଦେଶର ରାଜଧାନୀ କ୍ଷେତ୍ର ବିକାଶ ପ୍ରାଧିକରଣ (ଏପିସିଆରଡିଏ) ଜରିଆରେ ଜରୁରୀ କାଳୀନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ରୂପେ କରାଯାଇଥିଲା ।
ପାଞ୍ଚ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଏହି ବଙ୍ଗଳାରେ ଚନ୍ଦ୍ରବାବୁ ଆଧିକାରିକ କାର୍ୟ୍ୟ ସମେତ ପାର୍ଟିର ବୈଠକ କରୁଥିଲେ । ଏହି ବଙ୍ଗଳାକୁ ଉପଯୋଗ ବୈଠକ ପାଇଁ ଅନୁମତି ଦାବି କରି ଚଳିତ ମାସରେ ଜଗନ ମୋହନଙ୍କୁ ଚିଠି ଲେଖିଥିଲେ ନାଇଡୁ । ମାତ୍ର ଚନ୍ଦ୍ରବାବୁଙ୍କ ଦାବିକୁ ନଶୁଣି ସରକାର ବଙ୍ଗଳା ଭାଙ୍ଗିବାର ନିଷ୍ପତି ନେଇଥିଲେ ।