ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଝାରଖଣ୍ଡର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୯ଟା ପର୍ଯ୍ୟନ୍ତ ୧୧.୮୫ ପ୍ରତିଶତ ମତଦାନ ହୋଇସାରଛି । ରାଜ୍ୟର ବିଭିନ୍ନ ସହର ତଥା ଜମୁଆ, ବଗୋଦର, ଗିରିଡିହୀ, ଡୁମେରୀ ଏବଂ ଟୁଣ୍ଡିରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ମାତ୍ର ଅନ୍ୟ ସ୍ଥାନରେ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ ଜାରି ରହିବ ।
ଏନେଇ ଝାରଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି କି, ମାଓ ପ୍ରଭାବିତ ଅଞ୍ଜଳରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ଏହି ପର୍ଯ୍ୟାୟରେ ୧୫ ସିଟ୍ ପାଇଁ ମତଦାନ ହେଉଛି । ଯେଉଁଥିରେ ରାଜ୍ୟର ଦୁଇଟି ପ୍ରମୁଖ ମନ୍ତ୍ରୀଙ୍କ ସମେତ ୨୨୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ ।
ସେ ଆହୁରି ମଧ୍ୟ କହିଛନ୍ତି କି, ୧୫ ବିଧାନସଭା କ୍ଷେତ୍ରରେ ସର୍ବମୋଟ ୪୭,୮୫,୦୦୯ ମତଦାତା ତାଙ୍କର ମତଦାନ କରିବା ପାଇଁ ଯୋଗ୍ୟ । ସେମାନଙ୍କ ମଧ୍ୟରୁ ୨୨,୪୪,୧୩୪ ଜଣ ମହିଳା ଏବଂ ୮୧ଟି ତୃତୀୟଲିଙ୍ଗଙ୍କ ମତଦାନ ରହିଛି । ଏହି ଚତୁର୍ଥ ପର୍ଯ୍ୟାୟରେ ୨୩ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୨୨୧ ପ୍ରାର୍ଥା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।