ଶ୍ରୀନଗର ( ଏଟିଆର ବ୍ୟୁରୋ): ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଶ୍ରୀନଗର ସଚିବାଳୟରେ ଏବେ ଉଡୁଛି ତ୍ରିରଙ୍ଗା । ଗତ ସପ୍ତାହେ ତଳେ ସଚିବାଳୟ ଉପରେ ଉଡୁଥିଲା ୨ ଟି ପତାକା । ଗୋଟିଏ ଭାରତର ଜାତୀୟ ପତାକା ଏବଂ ଆଉ ଗୋଟେ ରାଜ୍ୟର ସ୍ୱତନ୍ତ୍ର ପତାକା । ଯାହାକୁ ଏବେ ଖୋଲି ଦିଆଯାଇଛି । ପୂର୍ବରୁ ଜାମ୍ମୁକାଶ୍ମୀରରେ ସ୍ୱତନ୍ତ୍ର ସମ୍ବିଧାନ ପ୍ରଚଳନ ହେଉଥିଲା ମାତ୍ର ଏବେ ୩୭୦ ଉଚ୍ଛେଦ ହେବା ପରେ ସେଠାରେ ଭାରତୀୟ ସମ୍ବିଧାନ ପ୍ରଚଳନ ହେବ । ତେଣୁ ସମସ୍ତ ସଚିବାଳୟରେ ଜାତୀୟ ପାତାକା ଲାଗୁଥିବା ଭଳି ଶ୍ରୀନଗର ସଚିବାଳୟରେ ମଧ୍ୟ ଜାତୀୟ ପତାକା ଲଗାଯାଇଛି । ସେହିଭଳି ଏଠାରେ ୬ ବର୍ଷିଆ ବିଧାନସଭା କାର୍ଯ୍ୟକାଳକୁ ମଧ୍ୟ ବନ୍ଦ କରାଯାଇଛି । ଅନ୍ୟ ରାଜ୍ୟ ମାନଙ୍କ ପରି ଏବେ ଏଠାରେ ବିଧାନସଭାର କାର୍ଯ୍ୟକାଳ ପାଞ୍ଚ ବର୍ଷ ରହିବ ।
ସୂଚନାଯୋଗ୍ୟ ଜାମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାର କୌଣସି ନିର୍ବାଚନ ଠୁ କମ ବାଧାବିଘ୍ନର ସାମ୍ନା କରି ନାହାନ୍ତି । ରାଜ୍ୟ ସଭାରେ ବିରୋଧ ସତ୍ୱେ ମଧ୍ୟ ରାଷ୍ଟ୍ରପତି ଏହି ନିୟମକୁ ଉଚ୍ଛେଦ କରିଥିଲେ । ଏଥିପାଇଁ ଜାମ୍ମୁକାଶ୍ମୀରରେ ୧ ମାସ ପୂର୍ବରୁ ଅଧିକ ସେନା ନିୟୋଜିତ ଆରମ୍ଭ ହୋଇଥିଲା । ସୀମାରେ ଅଶାନ୍ତି ସୃଷ୍ଟିକୁ ନେଇ ସମସ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୩୭୦ ଉଚ୍ଛେଦ ଘୋଷଣା କରିଥିଲେ ସରକାର । ୩୫ ହଜାରରୁ ଅଧିକ ସେନା ନିୟୋଜିତ ହୋଇଥିଲେ ଜାମ୍ମୁକାଶ୍ମୀରରେ ।