ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାସଂଦ ଜୁଏଲ ଓରାମଙ୍କୁ ନେଇ ଜୋର ଧରିଲା ଚର୍ଚ୍ଚା । ଚଳିତ ର୍ନିାଚନରେ ଓଡିଶାରେ ବିଜେପିକୁ ୮ ଟି ଲୋକସଭା ଆସନ ମିଳିଥିବା ବେଳେ । କେନ୍ଦ୍ରରେ ଦୁଇ ଜଣ ଓଡିଆକୁ ମିଳିଛି ମନ୍ତ୍ରୀ ପଦ । ଏଥର କିନ୍ତୁ ପୂର୍ବଥରର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁୂ ମିଳିନାହିଁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ । ଯାହାକୁ ନେଇ ଜୁଏଲ ଅଭିମାନ କରିଥିବା ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଏବେ ପୁଣି ଜୁଏଲଙ୍କୁ ନେଇ ଆଉ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକସଭା ବାଚସ୍ପତି ରେସରେ ଜୁଏଲଙ୍କ ନାଁ ଯୋଡି ହୋଇଛି ।
ସୂତ୍ରର ସୂଚନା ଅନୁସାରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ନଥିବା କୌଣସି ଜଣେ ବରିଷ୍ଠଙ୍କୁ ଏହି ପଦ ଦିଆଯିବ ବୋଲି ଆଲୋଚନା ଚାଲିଛି । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଜୁଏଲ ଓରାମ ବିଜେପିର ଜଣେ ବରିଷ୍ଠ ସାସଂଦ ରହିଛନ୍ତି । ଯେତେବେଳେ ଓଡିଶାରେ ବିଜେପିର ସ୍ଥିତି ବୋଲି କିଛି ନଥିଲା ସେତେବେଳେ ଏକ ମାତ୍ର ସାଂସଦ ଭାବେ ସେ ସୁନ୍ଦରଗଡ ଲୋକସଭା ଆସନରୁ ବିଜୟ ହୋଇ କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ହୋଇଥିଲେ ।
ଏଥର ଜୁଏଲଙ୍କ ନେତୃତ୍ୱରେ ସୁନ୍ଦରଗଡ ଲୋକସଭା ଆସନ ଅଧିନରେ ଥିବା ୩ ଟି ବିଧାନସଭା ଆସନ ବିଜେପି ଖାତାକୁ ଯାଇଛି । ଏଥର ମନ୍ତ୍ରୀ ମଣ୍ଡଳରେ ଜୁଏଲଙ୍କୁ ସ୍ଥାନ ମିଳିନଥିବା ବେଳେ ତାଙ୍କୁ ଏଥର ଗୃହରେ ବାଚସ୍ପତି ଭଳି ଗୁରୁଦାୟିତ୍ୱ ଦିଆଯାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।