ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଧି ବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ସିନ୍ଧିଆ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଦଳର ପ୍ରାଥମିକତା ସଦସ୍ୟତା ଗ୍ରହଣ କରାଇଛନ୍ତି । ଏହି ଅବସରରେ ବିଜେପିର ଅନେକ ବରିଷ୍ଠ ନେତାମାନେ ସାମିଲ ଥିଲେ ।
ଇତିମଧ୍ୟରେ ଶୁଣିବାକୁ ମିଳୁଛି କି ସିନ୍ଧିଆଙ୍କ ବିଜେପିରେ ସାମିଲ ହେବାକୁ ନେଇ ରାଜ୍ୟସଭା ସାଂସଦ ପ୍ରଭାତ ଝା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶର ବିଜେପି ନେତା ପ୍ରତାପ ଝାଙ୍କ ସ୍ଥାନରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ।
ସୂଚନାଯୋଗ୍ୟ, ଗତକାଲି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତାଫା ଦେଇଥିଲେ । ଏହାସହିତ କଂଗ୍ରେସର ୨୨ ଜଣ ବିଧାୟକ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ । ଯାହା କଂଗ୍ରେସକୁ ବଡ ଝଟକା ଦେଇଥିଲା ।