ବିହାର (ଏଟିଆର ବ୍ୟୁରୋ ) ; ଚର୍ଚ୍ଚା ଧରିଛି କହ୍ନେୟାଙ୍କ ରାଜନୀତି । ଆସନ୍ତା ୨୦୧୯ ନିର୍ବାଚନ କୁ ଆଖି ଆଗରେ ରଖି କହ୍ନେୟା ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଏବେ ନିର୍ବାଚନକୁ ନେଇ ବ୍ୟସ୍ତ ରହିଥିବା ଜଣାପଡିଛି । ଏହା ମଧ୍ୟରେ ସେ ବିଭିନ୍ନ ରାଲିମାନ ଆୟୋଜନ କରି ଶାସକ ବିଜେପି ଦଳକୁ ଟାର୍ଗେଟ କରୁଛନ୍ତି ।
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଲୋକସଭା ଆସନ ପାଇଁ କହ୍ନେୟା କୁମାରକୁ ଗ୍ରୀନ ସିଗନାମ ମିଳିବା ପରେ ଏବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି କହ୍ନେୟା । ବିହାରର ବେଗୁସରାୟ ଠାରେ କହ୍ନେୟା ଏକ ଜନସଭା ଆୟୋଜିତ କରିଥିବା ଜଣାପଡିଛି । ସେ ଏଣିକି କବାଡି ପ୍ରତିଯୋଗିତା ଠାରୁ ଆରମ୍ଭ କରି ରାଜନୈ÷ତିକ ମଇଦାନ ପର୍ଯ୍ୟନ୍ତ ଯୋଗଦାନ କରୁଛନ୍ତି । ଏହି କ୍ରମରେ ବିଜେପିକୁ ଟାର୍ଗେଟ କରି କହ୍ନେୟା ବାଣ ମାରୁଛନ୍ତି । ସେ ବିଭିନ୍ନ ସ୍ଥାନରେ ବିଜେପିକୁ ସମାଲୋଚନା କରିଆସୁଥିବା ବେଳେ ଏପରିକି ଜାତୀୟ ଗଣମାଧ୍ୟମରେ ମଧ୍ୟ ବିଜେପି ଉପରକୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛନ୍ତି ।
ଖାଲି ସେତିକି ନୁହେଁ ତାଙ୍କୁ ବଦନାମ କରିବା ପାଇଁ ବିଜେପି ପ୍ରୟାସ କରୁଛି ବୋଲି ମଧ୍ୟ କହ୍ନେୟା କହିଛି । ସେ ଏକ ସଭା ସାରି ଫେରିବା ବାଟରେ କିଛି ଦୁବୃର୍ତ ତାଙ୍କ ଗାଡି ଉପରକୁ ମାରଣାନ୍ତକ ଆକ୍ରମଣ କରିଥିଲେ । ତେବେ ସେମାନେ ବିଜେପି ଓ ବଜରଙ୍ଗ ଦଳର କର୍ମକର୍ତ୍ତା ବୋଲି କହ୍ନେୟା ଅଭିଯୋଗ କରିଛନ୍ତି । ବିଜେପି ତାଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର ଚଳାଇଥିବା କହ୍ନେୟା ଜାତୀୟ ଗଣମାଧ୍ୟମକୁ କହିଛନ୍ତି ।