ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିମାଚଳ ପ୍ରଦେଶର ରାଜ୍ୟପାଳ କଲରାଜ ମିଶ୍ରା ଏବେ ରାଜସ୍ଥାନର ରାଜ୍ୟପାଳ ହେବେ । ସେଥିପାଇଁ ମିଶ୍ରାଙ୍କ ସ୍ଥାନରେ ବଣ୍ଡାରୁ ଦତ୍ତାତ୍ରେୟଙ୍କୁ ହିମାଳର ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି । ଏନେଇ ରବିବାର ରାଷ୍ଟ୍ରପତି ଭବନର କାର୍ଯ୍ୟକାଳ ଦ୍ୱାରା ଜାରି ହୋଇଥିବା ଏକ ବିଜ୍ଞାପନରେ ଜରିଆରେ ଜଣାଇ ଦିଆଯାଇଛି ।
ବିଜ୍ଞପ୍ତି ଅନୁସାରେ , ମହାରାଷ୍ଟ୍ରର ରାଜ୍ୟପାଳ ହେବେ ଭଗତ ସିଂହ ଏବଂ ଆରିଫ ମୋହମ୍ମଦ ଖାନ୍ କେରଳରେ ରାଜ୍ୟପାଳ ଦାୟିତ୍ୱ ସମ୍ଭାଳିବେ । ସେହିପରି ଡାଃ.ତାମିଲସାଇ ସୁନ୍ଦରରାଜନଙ୍କୁ ତେଲେଙ୍ଗାନାର ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି ।
କିଛି ଦିନ ପୂର୍ବରୁ କଲରାଜ ମିଶ୍ରାଙ୍କୁ ହିମାଚଳର ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଥିଲା । ଏହାସହିତ ରାଜ୍ୟପାଳ ହେବା ପୂର୍ବରୁ ଶ୍ରୀ ମିଶ୍ରା ଲୋକସଭା ନିର୍ବାଚନୀ ଦ୍ୱାରା ହରିଆଣାର ବିଜେପି ପ୍ରଭାରୀ ଥିଲେ । ଏହାପୂର୍ବରୁ ସେ ୨୦୧୦ ଏବଂ ୨୦୨୦ ପର୍ଯ୍ୟନ୍ତ ବିଜେପିର ପ୍ରଦେଶ ପ୍ରଭାରୀ ରହିଥିଲେ ।
ସେହିପରି ଭଗତସିଂହ କେଶୟାରୀ ଉତ୍ତରାଖଣ୍ଡର ଜଣେ ବଡ ନେତା । ସେ ଆରଏସଏସଏ ର ସ୍ୱୟଂସେବକ ଏବଂ ଜରୁରୀକାଳୀନ ସ୍ଥିତିରେ ତାଙ୍କୁ ଜେଲ ଯିବାକୁ ପଡିଛି । ଉତ୍ତରପ୍ରଦେଶରୁ ଅଲଗା ହୋଇ ଯେବେ ଉତ୍ତରାଖଣ୍ଡ ହେଲା ସେତେବେେଳେ ତାଙ୍କୁ ପ୍ରଥମ ପ୍ରଦେଶାଧ୍ୟକ୍ଷ କରାଯାଇଥିଲା । ୨୦୦୧ ରୁ ୨୦୦୨ ଯାଏଁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ଏହାପରେ ୨୦୦୨ ରୁ ୨୦୦୭ ମଧ୍ୟରେ ସେ ବିପକ୍ଷ ନେତାଙ୍କ ଦାୟିତ୍ୱ ତୁଲାଇ ଥିଲେ । ସେହିପରି ୨୦୦୮ ରୁ ୨୦୧୪ ମଧ୍ୟରେ ସେ ରାଜ୍ୟସଭା ସାଂସଦ ରହିଛନ୍ତି ।
ଅପରପକ୍ଷେ କଂଗ୍ରେସରୁ ଦୁଇ ଦୁଇ ଥର, ଜନତାଦଳ ଏବଂ ବହୁଜନ ସମାଜବାଦୀ ପାର୍ଟିରୁ ଗୋଟେ ଗୋଟେ ଥର ଲୋକସଭାର ସଦସ୍ୟ ରହିଥିବା ଆରିଫ୍ ମୋହମ୍ମଦ୨୦୦୪ ରେ ବିଜେପି ରେ ସାମିଲ ହୋଇଥିଲେ । ମାତ୍ର ୨୦୦୭ ରେ ସେ ବିଜେପି ଦଳ ଛାଡିବା ସହ ସଂସଦୀୟ ରାଜନୀତିରୁ ଦୂରେଇ ରହିଥିଲେ । ପୁର୍ନବାର ଆରିଫ୍ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ ଯେବେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ କୌଣସି ନେତାଙ୍କ ନାଁ ନନେଇ ବୟାନ ଦେଇଥିଲେ କି,କଂଗ୍ରେସର ଜଣେ ନେତା ମୁସଲମାନଙ୍କ ବିଷୟରେ ଗଟରରେ ପଡି ରହିବା କଥା କହିଥିଲେ । ସେ ନେତା ଜଣଙ୍କ ଆରିଫ୍ ହିଁ ଥିଲେ ।