ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କର୍ଣ୍ଣାଟକରେ ରାଜନୈତିକ ମାହୋଲ ସରଗରମ ହୋଇ ରହିଛି । ରାଜ୍ୟରେ କଂଗ୍ରେସ-ଜେଡିଏସ ଗଠବନ୍ଧନ ସରକାରରେ ୧୩ ଜଣ ବିଧାୟକ ଇସ୍ତଫା ଦେଇସାରିଛନ୍ତି । ସେମାନଙ୍କୁ ମନେଇବା ପାଇଁ ଲଗାତର ଭାବେ ପ୍ରଚେଷ୍ଟା ଜାରି ରହିଛି । ଇତି ମଧ୍ୟରେ କଂଗ୍ରେସର ସମସ୍ତ ମନ୍ତ୍ରୀ ପ୍ରଦେଶ ଅଧ୍ୟକ୍ଷ ଦିନେଶ ଗୁଡୁ ରାଓଙ୍କୁ ଇସ୍ତଫା ପତ୍ର ଦେଇଦେଇଛନ୍ତି । ଏହା ବ୍ୟତିତ୍ୱ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଜୀ.ପରମେଶ୍ୱର ବି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି ।
ଏହାପୂର୍ବରୁ ଜୀ. ପରମେଶ୍ୱର କହିଥିଲେ କି , ସେ କଂଗ୍ରେସ କୋଟାର ସମସ୍ତ ମନ୍ତ୍ରୀଙ୍କୁ ବ୍ରେକଫାଷ୍ଟ ମିଟିଙ୍ଗରେ ଡକାଇଛନ୍ତି । ଏହି ଅବସରରେ ସେ ରାଜ୍ୟର ସ୍ଥିତି ବିଷୟରେ ଚର୍ଚ୍ଚା କରିବେ । ସେ ଆହୁରୀ ମଧ୍ୟ କହିଛନ୍ତି କି ବିଜେପି କଣ ଚାହୁଁଛି ଆମେ ଜାଣିଛୁ,ଯଦି ଆବଶ୍ୟକ ପଡେ ତେବେ ଆମେ ସମସ୍ତେ ଇସ୍ତଫା ଦେଇଦେବୁ ।
ମିଡିଆ ରିପୋର୍ଟ ମୁତାବକ, ସରକାର ରକ୍ଷା କରିବା ପ୍ରଚେଷ୍ଟାରେ ଲାଗିପଡିଥିବା କଂଗ୍ରେସ-ଜେଡିଏସ ନେତୃତ୍ୱ ପକ୍ଷରୁ ସେ ସମସ୍ତ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ବ୍ୟତିତ ସେମାନଙ୍କ କ୍ଷେତ୍ରକୁ ବିଶେଷ ଫଣ୍ଡ ଦେବା ପାଇଁ ସେ କହିଥିଲେ । ମାତ୍ର କଂଗ୍ରେସର ୧୦ ଏବଂ ଜେଡିଏସ ର ତିନି ବିଧାୟକ ଏହି ଅଫରକୁ ଠୁକରେଇ ଦେଇଥିଲେ ।
ସେପଟେ କର୍ଣ୍ଣାଟକ ସରକାରଙ୍କ ସଙ୍କଟ ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ବିଧାୟକ ଇସ୍ତଫା ଦେବାରେ ଲାଗିପଡିଛନ୍ତି । ସରକାର ଭାଙ୍ଗି ଯିବାଳ ନେଇ ଏବେ ଚିନ୍ତାରେ ସରକାର । ଏନେଇ ବିଜେପି ପକ୍ଷରୁ ବି ପ୍ରତିକ୍ରିୟା ଆସିଛି ।