ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶୀତ ଦିନେ ହେବାକୁ ଥିବା ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ପୁଣି ଥରେ ଅଡ-ଇଭନ ପ୍ରକିୟା ଲାଗୁ କରିବାକୁ ଯାଉଛନ୍ତି । ଏହାସହିତ ସେ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ନେଇ ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ଘୋଷଣା କରିଛନ୍ତି । ଯାହାର ନାଁ ରଖିଛନ୍ତି ଆକ୍ସନ ପ୍ଲାନ । ଏହି ଆକ୍ସନ ପ୍ଲାନ ଅନୁଯାୟୀ ୭ଟି ପଏଣ୍ଟ ରଖାଯାଇଛି ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କହିବାନୁଯାୟୀ, ନଭେମ୍ବର ମାସରେ ପ୍ରଦୂଷଣ ବଢିବା ଆରମ୍ଭ ହୋଇଥାଏ । ଇତି ମଧ୍ୟରେ ଏଭଳି ପଦକ୍ଷେଦ ନେଇ ଦିଲ୍ଲୀର ପ୍ରଦୂଷଣ କମ କରାଯାଇପାରିବ ।
ତେବେ ଆସନ୍ତୁ ଜାଣିବା କଣ ରହିଛି କେଜ୍ରିୱାଲଙ୍କର ସେହି ୭ଟି ଯୋଜନା । ଯେଉଁଥିରେ ପ୍ରଦୂଷଣ କମ କରିବା ପାଇଁ ସରକାର ଯୋଜନା କରୁଛନ୍ତି ।
୧ – ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଇଁ ଛୋଟ ଦୀପାବଳୀ ଅବସରରେ ସରକାରଙ୍କ ପକ୍ଷରୁ ବଡ ଳେଜର ସୋ’ ଆୟୋଜନ କରାଯିବ । ଏଥିପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ଫ୍ରି ଏଣ୍ଟ୍ରି କରିପାରିବେ । ଏହାଦ୍ୱାରା ଲୋକେ ଆଉ ବାଣ ଫୁଟାଇବେ ନାହିଁ ବୋଲି ସରକାରଙ୍କ ବିଶ୍ୱାସ ରହିଛି । ଏହାସହିତ ବାଣ ନଫୁଟାଇବା ପାଇଁ ସରକାରଙ୍କ ତରଫରୁ ଅପିଲ ମଧ୍ୟ କରାଯାଇଛି ।
୨- ନଭେମ୍ବର ୪ ରୁ ନଭେମ୍ବର ୧୫ ମଧ୍ୟରେ ଦିଲ୍ଲୀରେ ଅଡ-ଇଭନ ଯୋଜନା ।
୩ – ଦିଲ୍ଲୀ ସରକାରଙ୍କ ପକ୍ଷରୁ ମାସ୍କ ବଣ୍ଟନ ।
୪- ସ୍ଥାନୀୟ ଲୋକ ଅଳିଆ ଅବର୍ଜନା ନ ଜଳାଇବା ଉପରେ କାର୍ଯ୍ୟ କରାଯିବ ।
୫- ହଟସ୍ପଟ ଆକ୍ସନ ପ୍ଲାନ ଜରିଆରେ ସେହି ଅଞ୍ଚଳକୁ ଚିହ୍ନଟ କରାଯିବ ଯେଉଁଠି ପ୍ରଦୂଷଣ ହେଉଛି ।
୬- ଧୂଳିକୁ ନିୟମନ୍ତ୍ରଣ କରିବା ପାଇଁ ନିୟମ ।
୭ – ସରକାରଙ୍କ ପକ୍ଷରୁ ଦିଲ୍ଲୀବାସୀଙ୍କୁ ଗଛ ଲଗାଇବାର ଚାଲେଞ୍ଜ ବି ଦିଆଯିବ ।
ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଏଥର ଶୀତ ଦିନରେ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଆକ୍ସନ ପ୍ଲାନ ନେଇ ଆସୁଛନ୍ତି । ଏଥିରେ ଅଡ-ଇଭନ ଫର୍ମୁଲା ବି ସାମିଲ ଅଛି ଯାହା ୭ ଦିନ ଯାଏଁ ଲାଗୁ ରହିବ ।
लगभग 1200 emails, RWAs व विशेषज्ञों से सलाह मशविरे के बाद @ArvindKejriwal सरकार ने दिल्ली के प्रदूषण से निपटने के लिए बनाया #WinterActionPlan. pic.twitter.com/vtaoy9vh3O
— AAP (@AamAadmiParty) September 13, 2019