ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀର ନୂତନ ସରକାର ତାଙ୍କର କାର୍ଯ୍ୟଭାର ସମ୍ଭାଳିବା ପୂରା ଆକ୍ସନ ମୁଡ୍ କୁ ଆସିଛନ୍ତି । ଏବେ କେଜ୍ରିୱାଲଙ୍କ ଫୋକସ ରହିଛି ନିର୍ବାଚନ ସମୟରେ ଜାରି କରିଥିବାେ ଗାରେଣ୍ଟି କାର୍ଡ ଉପରେ । ସେଥିପାଇଁ ସେ ବୁଧବାର ଏକ ଉତ୍ତସ୍ତରୀୟ ବୈଠକ ଡକାଇଛନ୍ତି ।
ଏଥିରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଦିଆଯାଇଥିବା ୧୦ ଗାରେଣ୍ଟି କାର୍ଡ ଉପରେ ଚର୍ଚ୍ଚା ହେବ । ଛାତ୍ର-ଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରା, ୨୪ ଘଣ୍ଟିଆ ପାଣି ଯୋଗାଣ, ଯମୁନା ନଦୀ ସଫେଇ ଏବଂ ମହିଳା ସୁରକ୍ଷା ଉପରେ ଫୋକସ ରହିବ ।
ପ୍ରକୃତରେ ଦିଲ୍ଲୀ ନିର୍ବାଚନ ସମୟରେ ଅରବିନ୍ଦ କେଜ୍ରିୱାଲ ୧୦ ଟି ଗାରେଣ୍ଟି କାର୍ଡ ଜାରି କରିଥିଲେ । ସେ କହିଥିଲେ କି ଯଦି ପୁର୍ନବାର ସରକାର ଗଠନ ହୁଏ ତେବେ ଜାରି କରାଯାଇଥିବା ଏହି ୧୦ଟି ଗାରେଣ୍ଟି କାର୍ଡ ଉପରେ କାର୍ଯ୍ୟକାରୀ କରାଯିବ ।