ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଅଧିନିୟମ ଅନୁଯାୟୀ ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ପ୍ରବାସୀଙ୍କୁ ଚିହ୍ନିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଉତ୍ତରପ୍ରଦେଶ ପ୍ରଥମ ରାଜ୍ୟ ଯିଏ ପ୍ରବାସୀଙ୍କୁ ନାଗରିକତା ଦେବା ପାଇଁ କାର୍ଯ୍ୟକାରୀ ଆରମ୍ଭ କରିଦେଇଛି ।
ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାଧିକାରୀଙ୍କୁ ଏଭଳି ପ୍ରବାସୀଙ୍କୁ ଚିହ୍ନଟ କରିବା ପାଇଁ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହି ପ୍ରକ୍ରିୟା ଅନୁଯାୟୀ ସୋମନଙ୍କୁ ବି ଚିହ୍ନଟ କରାଯିବ ଯେଉଁମାନେ ରାଜ୍ୟରେ ଅବୈଧ ରୂପେ ରହୁଛନ୍ତି ।
ମୁଖ୍ୟ ସଚିବ ଅବନୀଶ କୁମାର ଅବସ୍ଥି କହିଛନ୍ତି, ସମସ୍ତ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ସେହି ପ୍ରବାସୀଙ୍କୁ ଚିହ୍ନଟ କରନ୍ତୁ ଯେଉଁମାନେ ପାକିସ୍ତାନ, ବାଂଲାଦେଶ, ଏବଂ ଆଫଗାନିସ୍ତାନରୁ ଆସି ଦୀର୍ଘ ଦିନ ହେବ ରହୁଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି, ତାଲିକି ପ୍ରସ୍ତୁତ କରିବାର ମୁଖ୍ୟ କାରଣ ହେଉଛି ରାଜ୍ୟ ସରକାରଙ୍କ ହସ୍ତକ୍ଷେପରେ ସୁନିଶ୍ଚିତ କରାଯାଉ କି ବାସ୍ତବରେ ପ୍ରବାସୀଙ୍କୁ ଦେଶରେ ନାଗରିକତା ମିଳୁଛି । ଏହାଦ୍ୱାରା ସେ ଦେଶର ନାଗରିକତା ହୋଇପାରିବେ । ପ୍ରଥମ ଥରପ ପାଇଁ ଏଭଳି ତାଲିକା ପ୍ରସ୍ତୁତ କରାଯାଉଛି । ଏହାସହିତ ରାଜ୍ୟରେ ଅବୈଧ ମୁସଲମାନ ପ୍ରବାସୀଙ୍କ ବିଷୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୂଚନା ଦେବେ ସରକାର ।