ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନରେ ଏଥରକ ଉତ୍ତରପ୍ରଦେଶର ରାମପୁର ସିଟ୍ ରୁ ମହାମୁକାବିଲା ହୋଇପାରେ । ରାମପୁର ସିଟ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ଆଜମ ଖାଁଙ୍କୁ ଟିକେଟ ଦିଆଯାଇଛି । ସେପଟେ ବିଜେପି ପକ୍ଷରୁ ଆଜମଙ୍କୁ କଡା ଟକ୍କର ଦେବା ଲାଗି ଶକ୍ତିଶାଳୀ ପ୍ରତିଯୋଗୀ ଖୋଜା ଯାଉଛି ।
ରିପୋର୍ଟ ମୁତାବକ, ରାମପୁର ସିଟ୍ ପାଇଁ ଅଭିନେତ୍ରୀରୁ ରାଜନୀତିରେ ପାଦ ଦେଇଥିବା ଏବଂ ଆଜମଙ୍କ ପ୍ରତିଦ୍ୱନ୍ଦୀ ଜୟା ପ୍ରଦାଙ୍କୁ ମଇଦାନକୁ ଓହ୍ଲାଇ ପାରନ୍ତି । ସେଥିପାଇଁ ଜୟାଙ୍କୁ ନେଇ ବିଜେପି ଗମ୍ଭୀରତାର ସହ ବିଚାର ବିମର୍ଶ କରୁଅଛି । ପାର୍ଟିର ପ୍ୟାନେଲ ତାଲିକାରେ ଜୟାଙ୍କ ନାଁ ସବୁଠୁ ଆଗରେ ରହିଛି ।
ଇତି ମଧ୍ୟରେ କୁହାଯାଉଛି କି ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ ବନ୍ଧୁତା ବଢାଉଥିବା ତାଙ୍କର ରାନୀତିକ ମେଣ୍ଟର ଅମର ସିଂହ ତାଙ୍କୁ ଟିକେଟ ଦେବା ପାଇଁ ମଧ୍ୟସ୍ଥତା କରିପାରନ୍ତିି ।
ସମାଜବଦେୀ ପାର୍ଟି ପକ୍ଷରୁ ଜୟା ୨୦୦୪ ଏବଂ ୨୦୦୯ ରେ ଦୁଇଥର ରାମପୁରରେ ସାଂସଦ ହୋଇ ସାରିଛନ୍ତିି । ମାତ୍ର ୨୦୧୪ ରେ ସେ ଅଜିତ୍ ସିଂହଙ୍କ ପାର୍ଟି ଆରଏଲଡି ପକ୍ଷରୁ ନିର୍ବାଚନ ଲଢିଥିଲେ, କିନ୍ତୁ ସେ ପରାସ୍ତ ହୋଇଥିଲେ ।
ବର୍ଷ ୨୦୦୯ରୁ ରାମପୁର ସିଟ୍ କୁ ନେଇ ଜୟା ଏବଂ ଆଜମଙ୍କ ମଧ୍ୟରେ ମତଭେଦ ରହିଛି । ରାମପୁର ସିଟ୍ ରୁ ୯ ଥର ବିଧାୟକ ରହିଥିବା ଆଜମ ପୂର୍ବରୁ ଜୟାଙ୍କ ରଙ୍ଗୋଲି ଏବଂ ଛଲିଆ ଛବି ବୋଲି କହି ଆସିଛନ୍ତି । ଏହାସହିତ ସେ ଜୟାଙ୍କୁ ନାଚବାଲି ମଧ୍ୟ କହିଥିଲେ ।