ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନିର୍ବାଚନ ସରିଯାଇଛି । ସାରା ଦେଶରେ ମୋଦି ଲହର ଦେଖାଯାଇଛି । ପଶ୍ଚିମବଙ୍ଗଳାରେ ମଧ୍ୟ ମୋଦି ମ୍ୟାଜିକ ଏଥର ଦିଦିଙ୍କ ବିପି ବଢେଇ ଦେଇଛି ।ଚଳିତ ଲୋକସଭା ନିର୍ବାଚନରେ ବିଜେପି ମମତା ବାନାର୍ଜୀଙ୍କ ଇଲାକାରେ ବେଶ ଭଲ ପ୍ରଦର୍ଶନ କରିଛି । ରାଜ୍ୟରେ ୪୨ ଟି ଲୋକସଭା ଆସନରୁ ଏଥର ବିଜେପି ଖାତାକୁ ଯାଇଛି ୧୮ ଟି ଆସନ ଏବଂ ଟିଏମସିକୁ ଯାଇଛି ୨୨ ଟି ଆସନ । ଯାହା ୨୦୧୪ ଅପେକ୍ଷା ୨୦୧୯ ରେ ବିଜେପିକୁ ଏକ ବଡ ସଫଳତା । ୨୦୧୪ ରାଜ୍ୟରେ ବିଜେପିକୁ ୨ ଆସନ ମିଳିଥିବା ବେଳେ ଟିଏମସିକୁ ମିଳିଥିଲା ୩୮ ଟି ଆସନ ।
ଥିରୁ ସ୍ପଷ୍ଟ ବିଜେପିକୁ ଚଳିତ ଥର ୧୯ ଟି ଆସନ ଫାଇଦା ହୋଇଥିବା ବେଳେ ଟିଏମସିକୁ ୧୨ ଆସନରେ କ୍ଷତି ସହିବାକୁ ପଡିଛି । ତେବେ ରାଜ୍ୟରେ ବିଜେପି ଯେଉଁଭଳି ଭାବରେ ବଢୁଛି ତାହା ଦିଦିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଜେପି ର ଗତି ଯଦି ଏହିଭଳି ଭାବରେ ରହିଲା ତେବେ ଏହାର ସିଧା ପ୍ରଭାବ ବିଧାନସଭା ଉପରେ ପଡିବ । ଆସନ୍ତା ୨ ବର୍ଷ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦିଦିଙ୍କ ଚୌକି ରହିବ କି ନାଁ ତାକୁ ନେଇ ଉଠୁଛି ପ୍ରଶ୍ନ ।
ଇକୋନୋମିକ ଷ୍ଟାଟସର ଏକ ରିପୋର୍ଟ ଅନୁସାରେ ରାଜ୍ୟର ୨୯୪ ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୧୨୯ ବିଧାନସଭା ଆସନରେ ଅଗ୍ରଗତି କରୁଛି । ଯାହା ଏବେ ଦିଦିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଏହି ରପୋର୍ଟ ଯଦି ସତ ହୁଏ । ଆଗାମୀ ଦୁଇ ବର୍ଷ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଢିବା ଏକ ପ୍ରକାର ନିଶ୍ଚିନ୍ତ । ସରକାର ଗଢିବା ଦଳକୁ ୧୪୮ ଟି ବିଧାନସଭା ଆସନ ଆବଶ୍ୟକ ।