ନୁଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନର ବାସ୍ କେଇଟା ଦିନ ପୁର୍ବରୁ ଶତୃଘ୍ନ ସିହ୍ନା ଏକ ବଡ ବୟାନ ଦେଇଛନ୍ତି । କେବଳ ବୟାନ ତ ନୁହେଁ ସେ ବିଜେପି ଛାଡିବାର ସଂକେତ ଦେଇଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡକୁ ଇଶାରା କରି ଶତୃଘ୍ନ ସିହ୍ନା ଏକ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି କି ‘ମୋହବତ କରନେ ୱାଲେ କମ୍ ନା ହୋଙ୍ଗେ, ସାୟଦ ତେରି ମେହଫିଲ ମେଁ ଲେକିନ୍ ହମ୍ ନା ହୋଙ୍ଗେ’ ।
past are still to be fulfilled. Hope, wish & pray, though I may not be with you anymore – "Mohabbat karne vaale kam na honge, (shayad) teri mehfil mein lekin hum na honge".
— Shatrughan Sinha (@ShatruganSinha) March 15, 2019
ସେପଟେ ସୁପ୍ରିମ୍ କୋର୍ଟ ପକ୍ଷରୁ ୨୧ ବିପକ୍ଷ ଦଳର ପିଟିସନ୍ ଉପରେ ନିର୍ବାଚନ ଆୟୋଗକୁ ନୋଟିସ୍ ଜାରି କରାଯାଇଛି । ପିଟିସିନ୍ ରେ ଦାବି କରାଯାଇଛି କି ଲୋକସଭା ନିର୍ବାଚନର ଫଳାଫଳ ପୂର୍ବରୁ ଅତି କମରେ ୫୦ ପ୍ରତିଶତ ଭୋଟର ସଂଯୋଗ ବିବିପ୍ୟାଟର ପର୍ଚିରେ କରାଯାଉ । ନିର୍ବାଚନ ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ଦାବିକୁ ନେଇ ଗୁରୁବାର ୧୦ ରୁ ଅଧିକ ବିପକ୍ଷ ଦଳ ନେତା ସୁପ୍ରିମକୋର୍ଟରେ ପହଁଚିଥିଲେ ।
ଲୋକସଭା ନିର୍ବାଚନ ୨୦୧୯କୁ ଦୃଷ୍ଟରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଛତିଶଗଡ ଏବଂ ଓଡିଶା ଗସ୍ତରେ ଅଛନ୍ତି । ରାହୁଲ ଗାନ୍ଧୀଙ୍କର ପ୍ରଥମେ ଛତିଶଗଡ ଏବଂ ତା ପରେ ଓଡିଶାରେ ବୈଠକର ଅୟୋଜନ କରାଯାଇଛି । ଏହାସହିତ ଓଡିଶାର ବଡଗଡ ଜିଲ୍ଲାରେ ରାହୁଲ ଗାନ୍ଧୀ ଏକ ଜନସଭାକୁ ସମ୍ବନ୍ଧିତ କରିବେ ।
Congress President @RahulGandhi will be in Raipur today to interact with the health professionals. Watch him live on our social media channels.
YT: https://t.co/g2POk7bvU1 pic.twitter.com/BwqCoTfrtl
— Congress (@INCIndia) March 15, 2019