ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦେଶରେ ଅନ୍ତିମ ଚରଣ ଭୋଟ ଗ୍ରହଣ ସରିଯାଇଛି । ଫଳ ବାହାରିବାକୁ ରହିଛି ମଝିରେ ଆଉ ରହିଲା ୨ ଦିନ । ଯାହାକୁ ନେଇ ସବୁ ଦଳର ପ୍ରାର୍ଥୀଙ୍କ ମନରେ ପସିଛି ଛନକା । ଏହିଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ଦେଶର ବିଭିନ୍ନ ଜାତୀୟ ଗଣମାଧ୍ୟମ ମାନେ କରିଥିବା ଏକଜିଟ ପୋଲର ଫଳାଫଳ ପ୍ରକାଶ କରିଛନ୍ତି । ଯେଉଁ ଫଳାଫଳକୁ ନେଇ କଂଗ୍ରେସର ଭବିଷ୍ୟତକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକଜିଟ ଜନମତ ଯାହା କହୁଛନ୍ତି ବିଜେପିକୁ ବହୁମତ ମିଳିବା ଆଶଙ୍କା କରାଯାଉଛି ।
ବିଜେପି କେନ୍ଦ୍ରରେ ସରକାର ଗଢିବା ସ୍ପଷ୍ଟ ହେଉଛି । ତେବେ କଂଗ୍ରେସ କେନ୍ଦ୍ରରୁ ବିଜେପିକୁ ହଟାଇବା ପାଇଁ ଯେଉଁ ଅଣବିଜେପି ଦଳମାନଙ୍କୁ ଏକଜୁଟ କରୁଛି କ’ଣ ରହିବ ସେମାନଙ୍କ ଆଭିମୁଖ୍ୟ ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚାଲିଛି ଆଲୋଚନା ଏବଂ ପର୍ଯ୍ୟାଲୋଚନା । ସୂଚନା ଅନୁସାରେ ଚଳିତ ଥର କଂଗ୍ରେସକୁ ୭୭ ରୁ ୧୦୮ ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି । ସେହିଭଳି ବିଜେପିକୁ ୨୮୦ ରୁ ୩୧୦ ଲୋକସଭା ଆସନ ବିଜେପି ଖାତାକୁ ଯିବ ବୋଲି ପୂର୍ବାନୂମାନ କରାଯାଇଛି । ଯାହା କେନ୍ଦ୍ରରେ ସରକାର ଗଢିବା ପାଇଁ ରହିଥିବା ମ୍ୟାଜିକ ନମ୍ବର ଠାରୁ ଅଧିକ ରହିଛି ।
ସେହିଭଳି ଗତଥରକୁ ଯଦି ନଜରକୁ ନେବା ୟୁପିଏକୁ ମାତ୍ର ୪୪ ଟି ଆସନ ମିଳିଥିଲା । ଯାହା ଫଳରେ ବିରୋଧୀ ଆସନ ପାଇଁ କଂଗ୍ରେସକୁ ବହୁତ କସରତ କରିବାକୁ ପଡିଥିଲା । ତେବେ ଏକଜିଟ ପୋଲର ଆକଳନ ଯଦି ଠିକ ହୁଏ ଏଥର କଂଗ୍ରେସକୁ ବିରୋଧୀ ଆସନ ପାଇଁ ଆବଶ୍ୟକ ହେଉଥିବା ସଂଖ୍ୟା ରହିବ ବୋଲି ଆଶଙ୍କା କରାଯାଉଛି । ତେବେ ଆସନ୍ତା ୨୩ ତାରିଖକୁ ଅପେକ୍ଷା ରହିଲା କଣ ରହିବ ଏକଜାଟ ପୋଲ ।