ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନେତା ଓ ମନ୍ତ୍ରୀଙ୍କ ମଧ୍ୟରେ ଲଢେଇ ଚାଲିଛି । ଯିଏ ଯାହାର ଭୁଲ୍ ବାହାର କରି ଟାର୍ଗେଟ କରିବାରେ ଲାଗି ପଡିଛନ୍ତି । ଇତି ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି କି ଯଦି ପ୍ରଧାନମନ୍ତ୍ରୀଙ୍କ ଠାରେ ଦମ୍ ଅଛି ତେବେ ପଶ୍ଚିମବଙ୍ଗରେ ୨୦୧୯ ନିର୍ବାଚନ ଲଢିକି ଦେଖାନ୍ତୁ । ସେ ଏଠାରେ ବିମୁଦ୍ରିକରଣ ପଦକ୍ଷେପ ଭଲି ଫେଲ୍ ମାରିବେ ।
ପଶ୍ଚିମବଙ୍ଗରେ ମୋଦି ନିର୍ବାଚନ ଲଢିବା ସମ୍ଭାବନାକୁ ନେଇ ମମତା ବାନାର୍ଜି କହିଛନ୍ତି କି, ‘ଯେକୌଣସି ବ୍ୟକ୍ତି କୌଣସି ସିଟ୍ ଉପରେ ନିର୍ବାଚନ ଲଢିପାରିବେ । ଏହା ଏକ ଲୋକତାନ୍ତ୍ରିକ ଅଧିକାର । ମୁଁ ବି ବାରଣାସିରୁ ଲଢି ପାରେ । କିନ୍ତୁ ଯଦି ମୋଦି କୋଲକାତାରେ ଲଢଛନ୍ତୁ ତାଙ୍କ ସ୍ଥିତି ବିମୁଦ୍ରିକରଣ ଭଳି ହେବ ।’
ସେ ଅହାରୀ ମଧ୍ୟ କହିଛନ୍ତି କି, ‘ଦେଶରେ ଯେଉଁଭଳି ଭାବେ ସେ କ୍ଷତି କରିଛନ୍ତି ମୁଁ ବୁଝିପାରୁଛି । ସେଥିପାଇଁ ତାଙ୍କୁ ଲୋକଙ୍କୁ ଜବାବ ଦେବାକୁ ପଡିବ । ସେ ଲଢନ୍ତୁ ଆମେ ବହୁତ ଖୁସି ହେବୁ । ଯଦି ସେ ଗୋଟେ ସିଟ୍ ରେ ଆଶ୍ୱସ୍ତ ନାହାନ୍ତି, ତେବେ ସମସ୍ତ ୪୨ ସିଟ୍ ରେ ସେ ଲଢନ୍ତୁ ।’