ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭାରେ ନିବନିର୍ବାଚିତ ବାଚସ୍ପତି ଓମ ବିର୍ଲା ଆସୁ ଆସୁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସଂସଦ ଭବନ ଭିତରେ କୌଣସି ଧାର୍ମିକ ନାରା ଲଗାଇବାର ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।
ବିର୍ଲା କହିଛନ୍ତି କି , ‘ନାରା ଲଗାଇବା, ପ୍ଲେକାର୍ଡ ଦେଖାଇବା କିମ୍ବା ବେଲ୍ ରୁ ବାହାରିବା ଏଭଳି କାମ ପାଇଁ ସଂସଦ ସଠିକ୍ ସ୍ଥାନ ବୋଲି ମୋତେ ଲାଗୁନାହିଁ । ସେଥିପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି ସେଠାକୁ ଯାଇ ଆପଣ ପ୍ରଦର୍ଶନ କରିପାରିବେ । ଲୋକ କିଛି ବି କହିବାକୁ ଚାହୁଁଛନ୍ତି, ଯାହା ବି ଅଭିଯୋଗ କରିବାକୁ ଚାହୁଁଛନ୍ତି, ତେଣିକି ସେ ସରକାରଙ୍କ ଉପରେ ହମଲା କରିବାକୁ ଚାହୁଁଛନ୍ତି ତେବେ ସେ କରି ପାରନ୍ତି କିନ୍ତୁ ତାଙ୍କୁ ଗ୍ୟାଲେରୀକୁ ଆସି ଏହି ସବୁ କରିବା କଥା ନୁହେଁ ।’
ବିର୍ଲା ଆହୁରି ମଧ୍ୟ କହିଛନ୍ତି କି, ମୁଁ ଜାଣିନି ଏଭଳି ପୁର୍ନବାର ହେବ କି ନାହିଁ କିନ୍ତୁ ନିୟମାନୁଯାୟୀ ସଂସଦକୁ ଚଳାଇବା ପାଇଁ ଚେଷ୍ଟା କରିବି । ଜୟ ଶ୍ରୀରାମ , ଜୟ ଭାରତ, ବନ୍ଦେ ମାତରମ୍ ନାରା ଏକ ପୁରୁଣା ପ୍ରସଙ୍ଗ । ପ୍ରତ୍ୟେକ ଥର ପରିସ୍ଥିତି ଭିନ୍ନ ଭିନ୍ନ ହୋଇଥାଏ । ପରିସ୍ଥିତି କ’ଣ ରହିଛି ଏହାର ନିର୍ଣ୍ଣୟ ବାଚସ୍ପତି ଚୌକିରେ ବସିଥିବା ବ୍ୟକ୍ତି ଦ୍ୱାରା ହିଁ କରାଯାଇଥାଏ ।
ସଂସଦରେ ଭାଷଣ ଦେବା ସମୟରେ ବିର୍ଲାଙ୍କ ବନ୍ଦେମାତରମକୁ ନେଇ ପ୍ରଶ୍ନ ପଚରାଯିବାରୁ ସେ ଏହାର ଜବାବରେ କହିଛନ୍ତି କି , ‘କିଏ କହିଲା କି ଆମେ ବନ୍ଦେମାତରମ ଏବଂ ଭାରତ ମାତା କି ଜୟ କହି ପାରିବୁ ନାହିଁ ।’
ରାଜସ୍ଥାନର କୋଟା ରୁ ବିଜେପିର ସାଂସଦ ହେଉଛନ୍ତି ବିର୍ଲା । ସେ କହିଛନ୍ତି କି , ସମସ୍ତ ପାର୍ଟି ମୋ ଉପରେ ବିଶ୍ୱାସ ରଖିଛନ୍ତି । ସେଥିପାଇଁ ଏହି ବିଶ୍ୱାସକୁ ବଳବତ୍ତର ରଖିବା ହେଉଛି ମୋ କର୍ତ୍ତବ୍ୟ । ପ୍ରତ୍ୟେକଙ୍କ ପାଖରେ ଅଭିବ୍ୟକ୍ତ କରିବାର ଅଧିକାର ରହିଛି । ସରକାରଙ୍କୁ ଆହୁରି ଅଧିକ ଦାୟିତ୍ୱବାନ ହେବାକୁ ପଡିବ କାରଣ ତାଙ୍କ ପାଖରେ ଏତେ ସାରା ବହୁମତ ରହିଛି । ତାଙ୍କୁ ସମସ୍ତ ପ୍ରଶ୍ନର ଜବାବ ହେବାକୁ ହେବ । ସରକାର ସର୍ବଦା ବିତର୍କର ଦାବିକୁ ସ୍ୱୀକାର କରିଥାନ୍ତି ।