ଦିଲ୍ଲୀ (ଏଟିଆର ବ୍ୟୁରୋ ) ; ରାଜନୀତିରେ ମହେନ୍ଦ୍ର ସିଂ ଧୋନି । କ୍ରିକେଟ ମଇଦାନରୁ ରାଜନୀତିକୁ ଆସିପାରନ୍ତି ଧୋନୀ । ଏନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମରେ ଧୋନୀ ରାଜନୀତିକୁ ଅସିବେ ବୋଲି କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଖାଲି ସେତିକି ନୁହେଁ ଝାରଖଣ୍ଡ ରୁ ଲୋକସଭା ଆସନ ପାଇଁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି । ଭାରତୀୟ ଜନତା ପାର୍ଟିରେ ସେ ଅତିଶିଘ୍ର ଯୋଗଦାନ କରି ୨୦୧୯ ନିର୍ବାଚନରେ ଲଢିବା ନେଇ ଧୋନୀଙ୍କ ଭଳି ଲୋକପ୍ରିୟ କ୍ରିକେଟରଙ୍କ ନାମ ଉଠୁଛି ।
ସେପଟେ ଧୋନୀଙ୍କର ପୂରା ଧ୍ୟାନ ୨୦୧୯ ବିଶ୍ୱକପ ଉପରେ ରହିଛି ଓ ସେ ରାଜନୀତିକୁ ଆସିବା କଥା ଏବେ କହିହେବନି ବୋଲି ଧୋନୀଙ୍କ ଜଣେ ସମ୍ପର୍କୀୟ ଜଣାଇଛନ୍ତି । ତେବେ ବିଶ୍ୱକପ ପରେ ଧୋନୀ ରାଜନୀତିକୁ ଆସିବା ନେଇ କୌଣସି ନିଷ୍ପତି ନେଇପାରନ୍ତି ବୋଲି ସେ କହିଛନ୍ତି । ଏହାସହ ଧୋନୀ କିମ୍ବା ବିଜେପି ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଅନ୍ୟପଟେ ବିଜେପିରେ ଆଉ ଜଣେ ଲୋକପ୍ରିୟ କ୍ରିକେଟର ମଧ୍ୟ ସାମିଲ ହୋଇ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବାମହାତୀ ଓପନର ଗୌତମ ଗମ୍ଭୀର ମଧ୍ୟ ବିଜେପିରେ ମିଶି ପାରନ୍ତି । ସେ ୨୦୧୯ ନିର୍ବାଚନ ଦିଲ୍ଲୀର କୌଣସି ଏକ ଆସନରୁ ଲଢିବେ ବୋଲି ଆଲୋଚନା ହେଉଛି । ତେବେ ବିଜେପି ଏହି ଦୁଇ କ୍ରିକେଟରଙ୍କୁ ନେଇ ଷ୍ଟାର ପ୍ରଚାରକ ଭାବେ ତାଲିକାରେ ସାମିଲ କରିବ ବୋଲି ଜଣାପଡିଛି ।
ସେହିଭଳି ପୂର୍ବରୁ କ୍ରିକେଟ ମଇଦାନରୁ ରାଜନୀତି ବହୁ କ୍ରିକେଟର ଆସିଛନ୍ତି ହେବେ ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ଜଣ ରାଜନୀତିରେ ସଫଳ ହୋଇଥିବା ଦେଖାଯାଇଛି । ପୂର୍ବରୁ ନବଜୋତ ସିଂ ସିଦ୍ଧୁ, ମହମ୍ମଦ ଆଝାରୁଦ୍ଦିନ, କିର୍ତ୍ତୀ ଆଜାଦ, ମହମ୍ମଦ କୈଫ, ପ୍ରବୀଣ ଖାନଙ୍କ ଭଳି ଅନେକ କ୍ରିକେଟ ରାଜନୀତିରେ ସାମିଲ ହୋଇଛନ୍ତି ।