ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଦିନ ୨ଟାରେ ମଧ୍ୟପ୍ରଦେଶର ଅଧିବେଶନ ଡକା ଯାଇଛି । ଯେଉଁଥିରେ ଫ୍ଲୋର ଟେଷ୍ଟ ମାଧ୍ୟମରେ ନିଷ୍ପତି ନିଆଯିବ କି ମୁଖ୍ୟମନ୍ତ୍ରୀ ପଦରେ କମଳନାଥ ରହିବେ ନା ବିଜେପି ଦ୍ୱିତୀୟ ଥର ସତ୍ତାକୁ ଫେରିବ । ଏହାପୁର୍ବରୁ ବିଧାୟକ ଦଳର ବୈଠକ ଡକାଇଛନ୍ତି କମଳନାଥ ।
ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଥିଲା କି ଶୁକ୍ରବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଧାନସଭାରେ ଶକ୍ତି ପରୀକ୍ଷଣ ପୁରା ହୋଇଯିବା ଦରକାର । ବର୍ତ୍ତମାନ ସ୍ଥିତିରେ ବିଧାୟକଙ୍କ ଅଙ୍କଗଣିତ ବିଜେପି ପକ୍ଷରେ ରହିଛି । ଦୁଇ ଦଳ କଂଗ୍ରେସ ଏବଂ ବିଜେପି ସେମାନଙ୍କ ବିଧାୟକଙ୍କ ପାଇଁ ହ୍ୱିପ୍ ଜାରି କରି ଦେଇଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭା ସଚିବାଳୟ ଆଜି ଦିନ ୨ଟାରେ ବିଧାନସଭା ଅଧିବେଶନ ଡକାଇଛନ୍ତି । ଏନେଇ ବିଳମ୍ବିତ ରାତିରେ ବିଧାନସଭା ସଚିବାଳୟ କାର୍ଯ୍ୟସୁଚୀ ଜାରି କରିଛନ୍ତି । ଏହାପୂର୍ବରୁ ଏକ ସମ୍ବାଦିକ ସମ୍ମିଳନୀ ଡକାଇଛନ୍ତି କମଳନାଥ । ରାଜନୈତିକ ଅନୁଯାୟୀ ଏହି ସମ୍ବାଦିକ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ହୋଇପାରେ, କାରଣ କମଳନାଥ ଅନେକ ବଡ ଘୋଷଣା କରି ପାରନ୍ତି ।