ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଛାତିରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଶିବସେନା ପ୍ରବକ୍ତା ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଓତ । ଗତକାଲି ଅପରାହ୍ନାରେ ରାଓତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏନେଇ ଜଣେ ଅଧିକାରୀ କହିଛନ୍ତି କି, ସଞ୍ଜୟ ରାଓତ ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଲୀଲାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ଜଲିଲ ପାର୍କର ତାଙ୍କ ଚିକିତ୍ସା କରୁଛନ୍ତି ।
ସେପଟେ ସଞ୍ଜୟ ରାଓତଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ରହିଛି ପଚାରି ବୁଝିବା ପାଇଁ ମଙ୍ଗଳବାର ଦିନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଅଧ୍ୟକ୍ଷ ଶରଦ ପୱର ଲିଲାବତି ହସ୍ପିଟାଲରେ ପହଞ୍ଚିଛନ୍ତି । ଶରଦ ପୱର ଏଭଳି ସମୟରେ ରାଓତଙ୍କୁ ଭେଟିବାକୁ ଆସିଛନ୍ତି ଯେତେବେଳେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି ।
ଏହି ସାକ୍ଷାତକାରରେ ଦୁଇ ନେତାଙ୍କ ମଧ୍ୟରେ କି ପ୍ରକାର ଆଲୋଚନା ହୋଇଛି ସେ ନେଇ କୌଣସି ସୂଚନା ନାହିଁ । ଏନସିପି ଅଧ୍ୟକ୍ଷ ତାଙ୍କ ନାତି ଏବଂ ବିଧାୟକ ରୋହିତ ପୱାରଙ୍କ ସହିତ ଶିବସେନାକୁ ଭେଟିବାକୁ ଆସିଥିଲେ ।