ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ବିସ୍ତାର । ଏନସିପି ନେତା ଅଜିତ୍ ପୱାର ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଏହାସହିତ ଠାକରେ ପରିବାରର ପ୍ରଥମ ବ୍ୟକ୍ତି ଯିଏ କେବଳ ନିର୍ବାଚନ ଲଢିଛନ୍ତି ତାହା ନୁହେଁ ବରଂ ନିର୍ବାଚନ ମଧ୍ୟ ଜିତିଛନ୍ତି । ଆଜ୍ଞା ହଁ ଆଦିତ୍ୟ ଠାକରେ ବି ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି ।
ରିପୋର୍ଟ ମୁତାବକ, ଲମ୍ବା ସଂଘର୍ଷ ପରେ ଉଦ୍ଧବ ଠାକରେ ସତ୍ତାକୁ ଆସିଲେ ସତ କିନ୍ତୁ ମନ୍ତ୍ରୀମଣ୍ଡଳର ବିସ୍ତାର ପାଇଁ ତାଙ୍କୁ ଅନେକ ସମୟ ଲାଗିଗଲା । ଏହାର ପ୍ରମୁଖ କାରଣ ହେଉଛି ତିନି ଦଳର ବିଧାୟକଙ୍କୁ ସନ୍ତୁଷ୍ଟ କରାଇବା । ହୁଏତ ଏଥିରେ କିଛି ବିଧାୟକ ସନ୍ତୁଷ୍ଟ ହୋଇଗଲେ ଏବଂ ଆଉ କିଛି ବିଧାୟକ ଅସନ୍ତୁଷ୍ଟ ଅଛନ୍ତି ।
ଅସନ୍ତୁଷ୍ଟ ବିଧାୟକଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ଶିବସେନା ସେନା ସଞ୍ଜୟ ରାଉତଙ୍କ ଭାଇ ସୁନୀଲ ରାଉତ । ମନ୍ତ୍ରୀମଣ୍ଡଳରେ ସ୍ଥାନ ନମିଳିବାରୁ ସୁନୀଲ ରାଓତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହିତ ସେ ବିଧାୟକ ପଦରୁ ଇସ୍ତଫା ଦେବା ପାଇଁ ମଧ୍ୟ ଶୁଣିବାକୁ ମିଳିଛି ।