ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ବିଧାନ ପରିଷଦର ସଦସ୍ୟ ରୁପେ ଶପଥ ଗ୍ରହଣ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବିଭିନ୍ନ ରାଜନୈତିକ ଦଳର ୮ ଜଣ ଅନ୍ୟ ସଦସ୍ୟ ବି ଏହି ସମାରୋହରେ ମହାରାଷ୍ଟ୍ର ବିଧାନମଣ୍ଡଳୀର ଉଚ୍ଚ ସଦନରେ ସଦସ୍ୟ ରୂପେ ଶପଥ ଗ୍ରହଣ କରିଛନ୍ତି । ଦକ୍ଷୀଣ ମୁମ୍ବାଇ ସ୍ଥିତ ବିଧାନ ଭବନରେ ଠାକରେଙ୍କ ସମେତ ଅନ୍ୟ ୮ ସଦସ୍ୟଙ୍କୁ ମହାରାଷ୍ଟ୍ର ବିଧାନପରିଷଦର ଅଧ୍ୟକ୍ଷ ରାମରାଜେ ଶପଥ ପାଠ କରାଇଛନ୍ତି ।
ଉଦ୍ଧବ ଠାକରେଙ୍କ ବ୍ୟତିତ ବିଧାନ ପରିଷଦର ଉପସଭାପତି ନୀଲମ ଗୋଣେ(ଶିବସେନା), ବିଜେପିର ରଣଜିତ୍ ସିଂ ମୋହିତ ପାଟିଲ, ଗୋପିଚନ୍ଦ ପାଡଲକର, ପ୍ରବୀଣ ଦଟକେ ଏବଂ ରମେଶ କରାଡ,ଶଶିକାନ୍ତ ସିନେ୍ଧ ଏବଂ ଅମୋଲ ମିତକରୀ ତଥା କଂଗ୍ରେସର ରାଜେଶ ରାଠୌଡ ଶପଥ ଗ୍ରହଣ କରିଛନ୍ତି । ଏହି ୯ ଟି ସିଟ୍ ଏପ୍ରିଲ ୨୪ ରେ ଖାଲି ହୋଇଥିଲା ।