ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତ ବର୍ଷ ସାରା ବିଶ୍ୱରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ ହେବ । ଗାନ୍ଧୀଙ୍କ ସତ୍ୟ ଏବଂ ଅହିଂସାର ଅନେକ ସନ୍ଦେଶ ଆଜି ବି ସାରା ବିଶ୍ୱ ପାଇଁ ପ୍ରାସଙ୍ଗିକ ବୋଲି ପ୍ରଧାନମନ୍ତ୍ରୀ ମୋଦି ମତ ରଖିଛନ୍ତି । ସଂଯୁକ୍ତ ରାଷ୍ଟ୍ର କୁ ସମ୍ବୋନ୍ଧିତ କରି ସେ କହିଛନ୍ତି, ଚଳିତ ବର୍ଷ ଦୁନିଆର ସବୁଠାରୁ ବଡ ନିର୍ବାଚନ ହୋଇଛି, ଲୋକେ ସାରା ଦେଶରୁ ଭୋଟ ଦେଇ ମୋତେ ଏବଂ ମୋ ସରକାରକୁ ପୂର୍ବରୁ ଅଧିକ ଜନାଦେଶ ଦେଇଛନ୍ତି ।
ମୋଦି କହିଛନ୍ତି, ଦୁନିଆର ସବୁଠୁ ବଡ ସ୍ୱଚ୍ଛତା ଅଭିଯାନ ଭାରତରେ ସମ୍ପର୍ଣ୍ଣ ହୋଇଛି । ଗୋଟେ ବିକାସଶୀଳ ଦେଶ କେବଳ ୫ ବର୍ଷରେ ୧୦ କୋଟିରୁ ଅଧିକ ସୌଚାଳୟ ତିଆରି କରି ନିଜ ଲୋକଙ୍କୁ ଦେଇଛି । ଆଗାମୀ ୫ ବର୍ଷରେ ଆମେ ଜଳ ସଂରକ୍ଷଣକୁ ପ୍ରାଧାନ୍ୟ ଦେବା ସହିତ ୧୫ କୋଟି ଘରକୂ ପାଣି ସପ୍ଲାଇ କରିବୁ ।
ସେ ଆହୁରୀ ମଧ୍ୟ କହିଛନ୍ତି,ସଂଯୁକ୍ତ ରାଷ୍ଟ୍ର ମହାସଭାର ୧୪ତମ ସଭାକୁ ୧୩୦ କୋଟି ଭାରତୀୟଙ୍କ ପକ୍ଷରୁ ସମ୍ବୋନ୍ଧି କରିବା ମୋ ପାଇଁ ଗୌରବର କଥା । ଆଜି ମୁଁ ଯେତେବେଳେ ଆପଣଙ୍କୁ ସମ୍ବୋନ୍ଧିତ କରୁଛି ଏହି ସମୟରେ ଆମ ଦେଶକୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟକରୁ ମୁକ୍ତ କରିବାର ବଡ ଅଭିଯାନ ଚଲାଉଛି । ବର୍ଷ ୨୦୨୦ ପର୍ଯ୍ୟନ୍ତ ଆମେ ଗରିବଙ୍କ ପାଇଁ ଆହୁରୀ ଦୁଇ କୋଟି ଘର ପ୍ରସ୍ତୁତି କରିନେବୁ । ଏହାସହିତ ଆମେ ୨୦୨୫ ପର୍ଯ୍ୟନ୍ତ ଭାରାତକୁ ଟିବି ମୁକ୍ତ କରିବାର କାମ କରୁଛୁ ।
ଭାରତ ହଜାର ବର୍ଷ ପୁରୁଣା ମହାନ ସଂସ୍କୃତି, ଯାହାର ଜୀବନ ପରମ୍ପରା ରହିଛି , ଯିଏ ବୈଶିକ ସ୍ୱପ୍ନକୁ ନିଜ ଭିତରେ ରଖିଛି । ଜନଭାଗୀଦାରୀର ଜନକଲ୍ୟାଣ ଆମ ପ୍ରାଣ ତତ୍ୱ । ଆମେ ଦୁନିଆକୁ ଯୁଦ୍ଧ ନୁହେଁ ବୁଦ୍ଧ ଦେଇଛୁ । ସେଥିପାଇଁ ଆମ ସ୍ୱରରେ ଆତଙ୍କବାଦୀ ବିରୋଧରେ ଦୁନିଆକୁ ସତର୍କ କରିବାର ଗମ୍ଭୀରତା ବି ରହିଛି । ଆତଙ୍କବାଦୀ କୌଣସି ଦେଶର ନୁହେଁ ବରଂ ସାରା ଦୁନିଆ ପକ୍ଷରୁ ମାନବିକତାର ଏକ ବଡ ଚ୍ୟାଲେଞ୍ଜ ।