ମୁମ୍ବାଇ (ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଗତକାଲି ଏକ ବୈଠକରେ ନିଜ ଦଳକୁ ନେଇ ଚ୍ୟାଲେଞ୍ଜ ଦେଇଛନ୍ତି । ବିଜେପି ବିଧାୟକ ଏବଂ ନେତାମାନଙ୍କ ମିଳିତ ବୈଠକରେ ମନ୍ତ୍ରୀ ମହଦ୍ୱୟ କହିଛନ୍ତି କି ଆଗାମୀ ନିର୍ବାଚନରେ ବିଜେପି ନିଜ ବଳ ପୂର୍ବକ ନିର୍ବାଚନ ଲଢିବା ପାଇଁ ସକ୍ଷମ । ବିଜେପି ଉପରେ ଅଭିଯୋଗ ଆଣୁଥିବା ବିରୋଧିଙ୍କୁ କଡା ଜବାବ ଦିଆ ଯିବା ଉଚିତ୍ ।
ମିଳିଥିବା ଖବର ମୁତାବକ, ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବର୍ଷା ବଙ୍ଗଳାରେ ବିଜେପି ନେତା ଏବଂ ବିଧାୟକଙ୍କର ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ମୁମ୍ବାଇ ବିଜେପି ଅଧ୍ୟକ୍ଷ ଆଶିଷ ସୋଲାର ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଏଥିରେ ଶିବସେନା ପକ୍ଷରୁ ଆସିଥିବା ବିଧାନସଭାର ୧୫୫ ଟି ସିଟ୍ ଦାବିକଚୁ ନେଇ ଚର୍ଚ୍ଚା ହୋଇଥିଲା । ବିଧାୟକ ଶିବସେନାଙ୍କ ଏହି ପ୍ରସ୍ତାବରେ ବିରୋଧ କରିଥିଲେ । ବୈଠକରେ ଶିବସେନାକୁ ଅଧିକତମ ୧୩୮ ସିଟ୍ ଦିଆଯିବାର ସହମତି ମିଳିଥିଲା । ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ କି ଭାଜପା ନିଜ ଦମ୍ ରେ ଏକୁଟିଆ ଲଢିବା ପାଇଁ ପ୍ରସ୍ତୁତ ଅଛି ।
ଭାଜପା ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରର ଟୋଟାଲ ୪୮ ସିଟ୍ ରେ ବିଧାନସଭାର ୨୮୮ ସିଟ୍ ପାଇଁ ସବୁଠାରୁ ପୁରାତନ ସହଯୋଗୀ ଶିବସେନା ସହ ମିଶି ଏହି ନିର୍ବାଚନ ଲଢିବାକୁ ଚାହୁଁଛି ବୋଲି ଜାଣିବାକୁ ମିଳିଛି ।