ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ତୃଣମୂଳ କଂଗ୍ରେସ ର ସୁପ୍ରିମୋ ମମତା ବାନାର୍ଜୀ । ରାଜ୍ୟପାଳ ତାଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାପରେ ଆଜିଠୁ ଆରମ୍ଭ ହେଲା ଦିଦିଙ୍କର ତୃତୀୟ ଯୁଗ ।
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜଭବନରେ ନିରାଡମ୍ବର ସହିତ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବ ଅଧିକ ଲୋକଙ୍କୁ ଆମନ୍ତ୍ରିତ କରାଯାଇନଥିଲା । ଏଥିରେ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ବିଜେପିର ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ଆଉ କିଛି ଅତିଥି ସାମିଲ ଥିଲେ ।