ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜିଏସଟି ନୂତନ ଦରକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି କି, ଚାଉଳ , ଦହି ଠୁ ନେଇ ହସ୍ୱିଟାଲ ବେଡ ପର୍ଯ୍ୟନ୍ତ ଜିଏସଟି ଲଗାଯାଇଛି । ଏବେ ମୃତ୍ୟୁ ଉପରେ କେତେ ଜିଏସଟି ଲଗାଯିବ ।
କୋଲକାତାରେ ଆୟୋଜିତ ଏକ ର୍ୟାଲିରେ ମମତା ବାନାର୍ଜି କହିଛନ୍ତି, ମୃତ୍ୟୁ ଉପରେ କେତେ ଜିଏସଟି ଚାର୍ଜ ଲାଗିବ । ଭାରତର ଲୋକଙ୍କୁ ଆଉ କେତେ ଲୁଟିବ ।
ଜିଏସଟି ନୂତନ ସ୍ଲାବ ମୁତାବକ, ପ୍ୟାକେଟ ବନ୍ଦ ଜିନିଷ ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ । କିନ୍ତୁ ମାଛ, ଦହି, ପନିର, ଲସି, ମହୁ, ଶୁଖିଲା ସୋୟାବିନ୍, ମଟର, ଗହମ ଏବଂ ଅନ୍ୟ ଡାଲି ଜାତୀୟ ଦ୍ରବ୍ୟକୁ ଟ୍ୟାକ୍ସ ତାଲିକାରେ ଆଣିବା ପରେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ଏହା ଉପରେ ଏବେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏପର୍ଯ୍ୟନ୍ତ ଏଗୁଡିକ ଉପରେ କୌଣସି ଜିଏସଟି ଚାର୍ଜ ନଥିଲା ।