ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଗୁରୁବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଭେଟିବେ । କୁହାଯାଉଛି କି କୋଲକାତାର ପୂର୍ବ ପୋଲିସ ଆୟୁକ୍ତ ରାଜୀବ କୁମାରଙ୍କୁ ରକ୍ଷା କରିବାର ଚକ୍କରରେ ଲାଗି ପଡିଛନ୍ତି ମମତା । କାରଣ ସିବିଆଇ ଟାର୍ଗେଟରେ ଏବେ ରାଜୀବ କୁମାର ଏବଂ ମମତା ଆଉ ରାଜୀବଙ୍କ ମଧ୍ୟରେ ସମ୍ପର୍କ ଭଲ ଥିବା ଶୁଶିବାକୁ ମିଳୁଛି ।
ସେପଟେ ଦିଲ୍ଲୀର ତିନି ଦିନିଆ ଗସ୍ତରେ ଯାଇଥିବା ମମତା ବାନାର୍ଜି ବୁଧବାର ଦିନ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଏନେଇ ମମତା ବାନାର୍ଜି କହିଛନ୍ତି କି ଏହା ଦୁଇ ସରକାର ମଧ୍ୟରେ ବୈଠକ ଏଥିରେ ରାଜ୍ୟର ବିକାଶ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଛି ।
ମମତା ବାନାର୍ଜି ଆହୁରୀ ମଧ୍ୟ କହିଛନ୍ତି କି, ସେ ଅମିତ୍ ଶାହାଙ୍କୁ ଭେଟିବେ ବୋଲି ସମୟ ମାଗିଛନ୍ତି । ଏହି ସାକ୍ଷାତକାର ଜଣେ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ଗସ୍ତରେ ଆସିଥିବା ଯୋଗୁଁ ଅର୍ଥ ଏବଂ ଗୃହମନ୍ତ୍ରୀଙ୍କୁ ଭେଟିବା ନିୟମିତ ପ୍ରକ୍ରିୟା । ମାତ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିବା ଲାଗି ତାଙ୍କ ପାଖରେ ସମୟ ନାହିଁ କିନ୍ତୁ ସେ ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ ।