କୋଲକାତା ( ଏଟିଆର ବ୍ୟୁରୋ): ଚଳିତ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଟିଏମସି ଓ ବିଜେପି ମଧ୍ୟରେ ହୋଇଥିବା ହିଂସାରେ ବିଶିଷ୍ଟ ସମାଜସେବୀ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତୀ ଭାଙ୍ଗିଥିଲା । ବିଜେପି ଲୋକସଭା ପଚାର ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ସୋ ବେଳେ କଲେଜ ସମ୍ମୁଖରେ ଥିବା ଇଶ୍ୱର ଚନ୍ଦ୍ରଙ୍କ ମୂର୍ତ୍ତୀଟି କେହି ଦୃବୁର୍ତ୍ତ ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ସେ ସମୟରେ ରାଜ୍ୟରେ ଆଇନ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏମିତିକି ମମତା ନିଜ ଟ୍ୱିଟର ଆକାଉଣ୍ଟରେ ଇଶ୍ୱରଚନ୍ଦ୍ରଙ୍କ ଫଟୋ ପ୍ରୋଫାଇଲରେ ରଖିଥିଲେ । ମୂର୍ତ୍ତୀ ଭଙ୍ଗାଯିବା ଘଟଣାକୁ ନେଇ ୩୫ ଜଣଙ୍କୁ ପୋଲିସ ଗିରଫ କରିଥିଲା । ତେବେ ପୁନଃ ଇଶ୍ୱରଚନ୍ଦ୍ରଙ୍କ ଆଉ ଏକ ନୂଆ ମୂର୍ତ୍ତୀର ଅନାବରଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଅବସରରରେ ଆଜି ହେୟର ସ୍କୁଲ ପଡିଆରେ ଏକ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିୀ ଯୋଗ ଦେଇ ମୂର୍ତ୍ତୀ ଅନାବରଣ କରିଛନ୍ତି । ଏହି ମୂର୍ତ୍ତୀକୁ ପୂନର୍ବାର ବିଦ୍ୟାସାଗର କଲେଜରେ ସ୍ଥାପିତ କରାଯିବ । ସୂଚନାଯୋଗ୍ୟ ନିର୍ବାଚନ ଫଳଫଳ ଆସିବାକୁ ୧୫ ଦିନରୁ ଅଧିକ ବିତି ସାରିଥିଲେ ସୁଦ୍ଧା ଏବେ ବି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବଢିଚାଲିଛି । ଗତକାଲି ପଶ୍ଚିମବଙ୍ଗର ୨୪ ପଗଣାରେ ୨ ଜଣ ଟିଏମସି କର୍ମୀଙ୍କୁ ହତ୍ୟା କରାଯାଇଥିବା ବେଳେ ହାୱଡାରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି ।