ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଇ କିଛି ଦିନ ଲଗାତର ହେବ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହିଂସାକାଣ୍ଡ ଲାଗି ରହିଛି । ବିଜେପିର ତ୍ରିପୁରା ମହିଳା ମୋର୍ଚ୍ଚାର ପ୍ରମୁଖ ପପିୟା ଦତ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି , ମମତା ବାନାର୍ଜି ଏବଂ ତାଙ୍କ ଗୁଣ୍ଡାମାନେ ରାଜ୍ୟକୁ ମିନି ପାକିସ୍ତାନରେ ପରିବର୍ତ୍ତନ କରିଦେଇଛନ୍ତି । ସେଥିପାଇଁ ତ୍ରିପୁରା ବିଜେପି ମହିଳା ମୋର୍ଚ୍ଚାର ୧୦୦ ସଦସ୍ୟ ପୋଷ୍ଟକାର୍ଡରେ ‘ଜୟ ଶ୍ରୀରାମ’ ଲେଖିଛନ୍ତି ଏବଂ ସେହି କାର୍ଡକୁ ମମତା ବାନାର୍ଜିଙ୍କୁ ପଠାଯିବ ।
ଦତ୍ତ କହିଛନ୍ତି କି, ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ଭାଗ ନେଇ ବିଜେପିର ତ୍ରିପୁରା ମହିଳା ମୋର୍ଚ୍ଚା ମମତାଙ୍କୁ ଜୟ ଶ୍ରୀରାମ ଲେଖା ହୋଇଥିବା ପୋଷ୍ଟକାର୍ଡ ପଠାଇବେ । ମମତା ବାନାର୍ଜି ଏଂ ତାଙ୍କ ଗୁଣ୍ଡା ପଶ୍ଚିମବଙ୍ଗକୁ ମିନି ପାକିସ୍ତାନ କରି ରଖିଛନ୍ତି । ଏହାସହିତ ସେମାନଙ୍କୁ ଜୟ ଶ୍ରୀରାମ ନାମରେ ଘୃଣା ରହିଛି, ଯାହା ସତର ପ୍ରତୀକ ଅଟେ ।
ଏହାବ୍ୟତିତ ମମତା ବାନାର୍ଜିଙ୍କୁ ଜୟ ଶ୍ରୀରାମ ଜପ କରିବାକୁ ମଧ୍ୟ ଦତ୍ତ ଉପଦେଶ ଦେଇଛନ୍ତି ।
ଖବରମୁତାବକ, ଉତ୍ତର ୨୪ ପରଗନା ଜିଲ୍ଲାରେ ଏକ ଗୃପ ପକ୍ଷରୁ ଜୟ ଶ୍ରୀରାମ ର ନାରା ବାଜ୍ କରାଯାଉଥିଲା । ଏହାକୁ ଦେଖି ମମତା ସେହି ସମୟରେ ସେମାନଙ୍କ ଉପରେ ତାଙ୍କର ରାଗ ଝାଡିଥିଲେ । ଏହି ଘଟଣା ପରଠାରୁ ହିଁ ‘ଜୟ ଶ୍ରୀରାମ’ ନାରା କୁ ନେଇ ବିପକ୍ଷ ଦଳ ପକ୍ଷରୁ ମମତାଙ୍କୁ ଟାର୍ଗେଟ କରାଯାଉଛି ।