କୋଲକାତା ( ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିୀ ଆଜିକାଲି ରାମ ନାମ ଶୁଣିଲେ ଚିଇଁକି ଉଠୁଛନ୍ତି ଦିଦି । ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ପ୍ରଦର୍ଶନ ପରେ ଦିଦି ଏକ ପ୍ରକାର ଚିନ୍ତାରେ ରହୁଛନ୍ତି । ଆଗକୁ ବିଧାନସଭାରେ ଦିଦିଙ୍କ ଚୌକି ରହିବ କି ନାଁ ତାକୁ ନେଇ ବିଭିନ୍ନ ଆଡୁ ପ୍ରଶ୍ନ ଉଠୁଥିବା ବେଳେ ଦିଦି ଏବେ ବିଜେପି ଉପରେ ତାତିକି ଅଛନ୍ତି । ଯାହାର ଏକ ପ୍ରତିଫଳନ ଶୋସାଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ।
ଗତକାଲି ଠାରୁ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ଲୋକ ଶ୍ରୀ ରାମ କହିବାରୁ ଦିଦି ତାଙ୍କ ଉପରେ ଚିଇଁକି ଉଠିଛନ୍ତି । ଏମିତି କି ତାଙ୍କୁ ବିଜେପିର ଏଜେଣ୍ଟ ବୋଲି ମଧ୍ୟ କହୁଥିବାର ଦେଖିବାକୁ ମିଳିଛି । ଦିଦି ଜୟ ଶ୍ରୀରାମ ନାରା ଦେଉଥିବା ଯୁବକ ମାନଙ୍କ ଉପରେ କ୍ଷୁବ୍ଧ ହୋଇ ବାହାରି ଯିବାକୁ କହିଛନ୍ତି । ଯାହାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।
ସୂଚନାଯୋଗ୍ୟ ଗତକାଲି ଟିଏମସି କର୍ମକର୍ତ୍ତାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତବାଦରେ ଦଳ ଧାରଣାର ଆୟୋଜନ ହେଇଥିଲା । ଏହି ଅବସରରେ ଦିଦି ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରାଙ୍ଗଣା ଦେଇ ଧାରଣା ସ୍ଥଳକୁ ଯାଉଥିବା ସମୟରେ ରାସ୍ତାର ଆଖ ପାଖରେ କିଛି ଯୁବକ ଜୟ ଶ୍ରୀରାମ ନାରା ଦେଇଥିଲେ । ଏହାକୁ ଶୁଣି ଦିଦି ରାଗି ଯାଇଥିଲେ ।