ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି କ୍ରିକେଟ ବିଶ୍ୱକପ ୨୦୧୯ । ଏହି ରେସ୍ ରେ ବୁଧବାର ଦକ୍ଷୀଣ ଆଫ୍ରିକା ସହିତ ଭାରତର ପ୍ରଥମ ମ୍ୟାଚ୍ ଥିଲା । ଏହି ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଟ୍ୱିଟ୍ କରି ଭାରତୀୟ ଟିମ୍ କୁ ଶୁଭକାମନା ଜଣାଇଛନ୍ତି । ସେ ତାଙ୍କ ଟ୍ୱିଟରରେ ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି କି, କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଟିମ୍ କୁ ଶୁଭକାମନା । ମମତାଙ୍କ ଏହି ଟ୍ୱିଟ୍ ପରେ ଲୋକଙ୍କ କଂମେଟ ଆସିବା ଆରମ୍ଭ ହୋଇଯାଇଛି । ଚାହୁଁ ଚାହୁଁ କଂମେଟ ବକ୍ସ ଭର୍ତ୍ତି । ସବୁଠୁ ଖାସ୍ କଥା ହେଉଛି କଂମେଟ ବକ୍ସରେ ଅଧିକରୁ ଅଧିକ କଂମେଟ ଖାଲି ଜୟ ଶ୍ରୀରାମ, ଜୟ ଶ୍ରୀରାମ ।
ଲୋକସଭା ନିର୍ବାଚନ ୨୦୧୯ ପରେ ଯେବେଠୁ ମମତା ଜୟ ଶ୍ରୀରାମ ଶଦ୍ଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି, ସେବେଠାରୁ ଲୋକେ ତାଙ୍କ ଟ୍ୱିଟରରେ ଜୟ ଶ୍ରୀରାମ ଲେଖିବା ଆରମ୍ଭ କରି ଦେଇଛନ୍ତି । ଆଜିକାଲି ମମତା ତାଙ୍କ ଟ୍ୱିଟରରେ ଯାହା ବି ପୋଷ୍ଟ କଲେ ତାଙ୍କୁ ଗୋଟିଏ କଂମେଟ ମିଳୁଛି ଜୟ ଶ୍ରୀରାମ । ଉଦାହରଣ ସ୍ୱରୂପ ୬ ଜୁନ୍ ସକାଳ ୬ଟାରେ ମମତା ତାଙ୍କ ଟ୍ୱିଟରରେ ଆସାମର ପୂର୍ବତନମୁଖ୍ୟମନ୍ତ୍ରୀ ଏବଂ ସ୍ୱତନ୍ତ୍ରତା ସେନା ଲୋକପ୍ରିୟ ଗୋପିନାଥଙ୍କ ଜୟନ୍ତି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ମମତାଙ୍କ ଏହି ଟ୍ୱିଟ୍ ପରେ ହାରାହାରି ୨୦୦ ରୁ ଅଧିକ ଲୋକ କଂମେଟ କରିଛନ୍ତି । ସେଥିମଧ୍ୟରୁ ଅଧିକରୁ ଅଧିକ ଲୋକ ଜୟ ଶ୍ରୀରାମ ଲେଖିଛନ୍ତି । ସେପଟେ ମମତାଙ୍କ ଟ୍ୱିଟରରେ ଜୟ ଶ୍ରୀରାମ କଂମେଟୂ ଦେଖି ତୃଣମୂଳ ସମର୍ଥକ ସକ୍ରିୟ ହୋଇଯାଇଛନ୍ତି ।