ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନ ସ୍ଥିତ କରତାରପୁର ସାହିବ ଯିବା ଲାଗି ଆମନ୍ତ୍ରଣ ସ୍ୱୀକାର କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ. ମନମୋହନ ସିଂହ । କରତାରପୁର କରିଡର ଖୋଲିବା ପରେ ପାକିସ୍ତାନ ଯାଉଥିବା ପ୍ରଥମ ତୀର୍ଥଯାତ୍ରୀ ଭାବେ ମନମୋହନ ସିଂହ ସାମିଲ ହେବେ । ଭାରତୀୟ ଶିଖ୍ ତୀର୍ଥଯାତ୍ରୀଙ୍କ ପାଇଁ ନଭେମ୍ବର ୯ରେ କରତାରପୁର କରିଡର ଖୋଲାଯିବ ।
ମିଡିଆ ରିପୋର୍ଟ ମୁତାବକ, କରତାରପୁର ଯିବା ପାଇଁ ମନମୋହନ ସିଂହଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ନିମନ୍ତ୍ରଣ କରିଥିଲେ । ଏହାପରେ ଅମରିନ୍ଦରଙ୍କ ନିମନ୍ତ୍ରଣକୁ ମନମୋହନ ସିଂହ ସ୍ୱୀକାର କରିଛନ୍ତି ।
ଏହାପୂର୍ବରୁ କରତାରପୁର କରିଡର ଉଦଘାଟନ କରିବା ପାଇଁ ପାକିସ୍ତାନ ପକ୍ଷରୁ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ପାକିସ୍ତାନର ନିମନ୍ତ୍ରଣକୁ ଏଡାଇ ଦେଇଥିଲେ ମନମୋହନ ସିଂହ । ସବୁଠାରୁ ବଡ କଥା ହେଉଛି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ।