ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ । ତାଙ୍କ ଇସ୍ତାଫାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱୀକାର କରିଛନ୍ତି । ଏବେ ରାଷ୍ଟ୍ରପତି ଭବନ ପକ୍ଷରୁ ଗୁରୁବାର କେନ୍ଦ୍ରୀୟ ମନ୍ତ୍ରୀ ଏବଂ ବିଜେପି ନେତା ମନୋଜା ସିହ୍ନାଙ୍କୁ ଜମ୍ମୁ-କାଶ୍ମୀରର ନୂତନ ଉପରାଜ୍ୟପାଳ ଭାବେ ନିଯୁକ୍ତି କରାଯିବ । ମୁର୍ମୁ ଏଭଳି ସମୟରେ ଇସ୍ତଫା ଦେଇଛନ୍ତି ଯେଉଁ ସମୟରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବାର ଏକ ବର୍ଷ ପୂର୍ଣ୍ଣ ହୋଇଛି ।
ମୋଦି ସରକାର ଗତବର୍ଷ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇଥିଲେ । ଏହାସହିତ ରାଜ୍ୟକୁ ଦୁଇ କେନ୍ଦ୍ରଶାସିତ ପ୍ରଦେଶ ତଥା ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ବାଣ୍ଟି ଦେଇଥିଲେ । ଏହାପରେ ଅକ୍ଟୋବର ୩୧ ରେ ଗିରିଶ ମୁର୍ମୁଙ୍କୁ ଜମ୍ମୁ-କାଶ୍ମୀରରେ ଉପରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଥିଲା ।
ଗୁଜୁରାଟ କ୍ୟାଡର ର ପୂର୍ବ ଆଇଏଏସ ଅଧିକାରୀ ଗତ ବର୍ଷ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଥମ ଏଲଜି ରୂପେ କାର୍ଯ୍ୟଭାର ସମ୍ଭାଳି ଥିଲେ ।