ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ପାଂଚ ପାଂଚ ଥରର ମୁଖ୍ୟମନ୍ତ୍ରୀ । ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା । ତଥାପି ୭୬ ବର୍ଷ ବୟସରେ ବି ତାଙ୍କୁ ଶୋଚନୀୟ ପରାଜୟ ଦେଖିବାକୁ ପଡିଛି । ମିଜୋରାମର ମୁଖ୍ୟମନ୍ତ୍ରୀ ଲାଲ୍ ଥାନ୍ହାୱଲାଙ୍କ ଶୋଚନୀୟ ପରାସ୍ତ ପୁରା ଦେଶକୁ ଆଚମ୍ବିତ କରିଛି । ଏହାସହ ରାଜନୀତିରେ କେତେବେଳେ କିଛି ବି ହୋଇପାରେର ସମ୍ଭାବନାକୁ ସତ କରିଦେଇଛି ।
ମିଜୋରାମରେ୨୦୦୮ରୁ ଲଗାତର ଶାସନ କ୍ଷମତାରେ ରହିଥିଲା କଂଗ୍ରେସ । ୧୦ ବର୍ଷ ଧରି ସତ୍ତାରୁ ବାହାରେ ଥିବା ଏମଏନଏଫ କିନ୍ତୁ ଏଥର ଚକମା ଦେଇଛି । ଦୁଇ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ମିଜୋରାମର ମୁଖ୍ୟମନ୍ତ୍ରୀ ଲାଲ୍ ଥାନ୍ହାୱଲାଙ୍କୁ ଦୁଇଟଇ ଯାକ ଆସନରେ ଝଟକା ମିଳିଛି । କୌଣସି ବି ଆସନରେ ଜିତି ପାରି ନାହାଁନ୍ତି ସେ । ଦକ୍ଷିଣ ଚମ୍ପାଇରୁ ତାଙ୍କୁ ଏମଏନଏଫର ଟିଜେ ଲାଲନୁଂଟୁଗା ଓ ସର୍କସିପ୍ ଆସନରୁ ଜେଡପିଏମ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲ୍ଡୁହୋମା ବିଜୟୀ ହୋଇ ଜଣେ ପାଂଚ ପାଂଚ ଥରର ଅଭିଜ୍ଞ ମୁଖ୍ୟମନ୍ତ୍ରୀଙ୍କୁ ପରାଜୟର ସ୍ୱାଦ ଚଖାଇ ଦେଇଛନ୍ତି ।