ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏମକେ ସଭାପତି ଏମ.କେ ଷ୍ଟାଲିନ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଷ୍ଟାଲିନ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ଗୃହ ବିଭାଗ ବ୍ୟତିତ ସାଧାରଣ ପ୍ରଶାସନ ସମେତ ଅଖିଳ ଭାରତୀୟ ସେବା ଏବଂ ଅନ୍ୟାନ୍ୟ ବିଭାଗର ଦାୟିତ୍ୱ ଗ୍ରହଣ କରିବେ ।
ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କ ସହିତ ୩୩ ଜଣ ସଦସ୍ୟ ରହିବେ । ଏହି ୩୩ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ପ୍ରଥମ ଥର ପାଇଁ ମନ୍ତ୍ରୀ ହେବେ ।ଏହାସହିତ ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ଦପରଇମୁରୁଗାନଙ୍କ ଭଳି ବରିଷ୍ଠ ନେତା ଅଛନ୍ତି । ତାଙ୍କୁ ଜଳ ସମ୍ପଦ ବିଭାଗର ଦାୟିତ୍ୱ ଦିଆଯିବ ।