ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତାମିଲନାଡୁ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କରିଛି ଡିଏମକେ ମେଣ୍ଟ । ବିଜୟ ହାସଲ କରିବା ପରେ ମେଣ୍ଟର ଅଧ୍ୟକ୍ଷ ଷ୍ଟାଲିନ , ସମସ୍ତଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି କି, ବହୁତ ଶୀଘ୍ର ଶପଥ ଗ୍ରହଣ ତାରିଖ ଘୋଷଣା କରିବା ସହିତ ଧୀରେ ଧୀରେ ନିର୍ବାଚନୀ ପ୍ରତିଶୃତି ପୁରଣ କରିବୁ ।
ବିଜୟ ହାସଲ ପରେ ଷ୍ଟାଲିନଙ୍କ ନିକଟକୁ ଶୁଭେଚ୍ଛା ଶୁଅ ଛୁଟୁଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଷ୍ଟାଲିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେପଟେ ଷ୍ଟାଲିନ କହିଛନ୍ତି କି, ଏହି ନିର୍ବାଚନରେ ଜିତାଇଥିବାରୁ ତାମିଲନାଡୁ ଲୋକଙ୍କୁ ବହୁ ବହୁତ ଧନ୍ୟବାଦ । ଆମେ ଧୀରେ ଧୀରେ ନିଜର ନିର୍ବାଚନୀ ପ୍ରତିଶୃତି ପୁରଣ କରିବୁ । ଏହାସହିତ ଯେଉଁ ରାଷ୍ଟ୍ରୀୟ ନେତା ମାନେ ମୋତେ ଶୁଭେଚ୍ଛା ଜଣାଇଉନ୍ତି ସେମାନଙ୍କୁ ଧନ୍ୟବାଦ । ମୁଁ ସେମାନଙ୍କ ପରାମର୍ଶକୁ ଧ୍ୟାନରେ ରଖି କାମ କରିବି ।