ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦୁଇଦିନ ତଳେ ବିଭିନ୍ନ ସସ୍ଥା ଗୁଡିକ ଦ୍ୱାରା ପ୍ରକାଶ ପାଇଥିବା ଏକଜିଟ ପୋଲକୁ ନେଇ କାହାର ପୁଷ ତ କାହାର ମାଘ । ଏକଜିଟ ପୋଲର ଗଣନା ଅନୁସାରେ ଚଳିତ ଥର ଏନଡିଏ କୁ ବହୁମତ ମିଳିବା ଆଶଙ୍କା କରାଯାଉଛି । ଏହି ଅବସରରେ ବିଜେପି ରାର୍ଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହା ଏନଡିଏ ନେତା ମାନଙ୍କ ପାଇଁ ଆଜି ଏକ ଡିନରର ବ୍ୟବସ୍ଥା କରିଥିବା ଖବର ପ୍ରକାଶ ପାଇଛି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏକଜିଟ ପୋଲକୁ ଏକଜାଟ ପୋଲ ଭାବି ଶାହା ଏହି ନୈଶ୍ୟ ଭୋଜିର ଆୟୋଜନ କରିଛନ୍ତି ନାଁ କିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ନେଇ ଡାକିଛନ୍ତି ତାହା ସନ୍ଦେହରେ ରହିଛି ।
ସୂତ୍ର ଅନୁଯାୟୀ ସହଯୋଗୀ ମାନଙ୍କୁ ଏକାଠି ରଖିବା ପାଇଁ ଏନଡିଏ ନେତାମାନଙ୍କ ପାଇଁ ଶାହା ଏହି ବୈଠକ ଡାକିଛନ୍ତି ବୋଲି ଶୁଣାଯାଉଛି । ଆଜିର ଏହି ଡିନର ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏକଜିଟ ପୋଲ ପ୍ରକାଶ ପାଇବା ପରେ ଅଣବିଜେପି ସଂଗଠନକୁ ଏକାଠି ହେବାକୁ ଆହ୍ୱାନ ଦେଇଥିବା କଂଗ୍ରେସ ଶିବିର କିନ୍ତୁ ଶାନ୍ତ ପଡିଯାଇଛି । ଏମିତିକି ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ କିଛି ପ୍ରମୁଖ ଆଞ୍ଚଳିକ ଦଳମାନଙ୍କର ମୁଖ୍ୟ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ।
ଏକଜିଟ ପୋଲ ଯଦି ସତ ହୁଏ ତେବେ ବିଜେପି ବିରୋଧୀଙ୍କ ଦ୍ୱାରା ସଂଗଠିତ େଉଥିବା ଝୁଲା ଲୋକସଭା ଅନୁମାନ ଏକ ପ୍ରକାର ଫେଲ ମାରିବ । ବିଜେପି ବିକଳ୍ପ ସରକାର ପାଇଁ ଏକାଠି ହେଉଥିବା କିଛି ପ୍ରମୁଖ ଆଞ୍ଚଳିକ ଦଳମାନଙ୍କର ସ୍ୱର ଏକଜିଟ ପୋଲ ପ୍ରକାଶ ପାଇବା ପରେ ନରମ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ବିରୋଧୀ ଏବେ ବି ଆଶା ରଖିଛନ୍ତି ଏକଜିଟ ପୋଲ କେବେ ହେଲେ ଏକଜାଟ ପୋଲ ହେବ ନାହିଁ ବୋଲି ।