ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର୨ କାର୍ଯ୍ୟକାଳର ଆରମ୍ଭରେ ହୋଇଥିବା ବୈଠକରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଦୋକାନୀ ବା ଖୁଚୁରା ବ୍ୟବସାୟୀଙ୍କ ପାଇଁ ପେନସନ୍ ଯୋଜନା ମଞ୍ଜୁର କରିଛନ୍ତି । ଏହି ଯୋଜନା ଅନୁଯାୟୀ ଖୁଚୁରା ବ୍ୟବସାୟୀଙ୍କୁ ୬୦ ବର୍ଷ ହେବା ପରେ ମାସିକ ନ୍ୟୁନତମ ୩୦୦୦ ଟଙ୍କା ଦରମା ଆକାରରେ ଦିଆଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ଯୋଜନାର ଲାଭ ତିନି କୋଟି ଖୁଜୁରା ବ୍ୟବସାୟୀଙ୍କୁ ହେବ । ମନ୍ତ୍ରୀମଣ୍ଡଳର ବୈଠକ ପରେ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡକର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଆଗାମୀ ତିନି ବର୍ଷ ମଧ୍ୟରେ ପାଖାପାଖି ପାଞ୍ଚକୋଟି ଦୋକାନୀ ଏହି ଯୋଜନାରେ ଯୋଡି ହେବାର ଆଶଙ୍କା ରହିଛି ।
ଏକ ବିଶେଷ ବିଞ୍ଜପ୍ତି ଅନୁସାରେ, ‘ବର୍ଷକୁ ଜିଏସଟି ଅନୁଯାୟୀ ଦେଢ କୋଟିରୁ କମ ଆୟ କରୁଥିବା ସମସ୍ତ ଦୋକାନୀ , ଖୁଦ୍ର ବ୍ୟବସାୟୀ ଯାହାଙ୍କର ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବ, ଏମାନେ ସମସ୍ତେ ଏହି ଯୋଜନାକୁ ଆପଣାଇ ପାରିବେ ।’
ଏଥିରେ କୁହାଯାଇଛି କି ପେନସନ୍ ଯୋଜନାରେ ସାମିଲ ହେବାକୁ ଥିବା ଲୋକ ସେୟାର ସର୍ଭିସ ସେଣ୍ଟରରେ ପଞ୍ଜିକରଣ କରିପାରିବେ । ଯୋଜନାର ଲାଭ ଉଠାଇବା ପାଇଁ ବ୍ୟବସାୟୀଙ୍କୁ କିଛି ଅଂଶଦାନ ଜମା କରିବାକୁ ପଡିବ । ଏହାସହିତ ଏହି ପେନସନ୍ ଯୋଜନାରେ ସରକାର ବି ତାଙ୍କ ପକ୍ଷରୁ ବରାବର ଭାବେ ଅଂଶଦାନ ବ୍ୟବସାୟୀଙ୍କ ଖାତାରେ ଜମା କରାଇବେ ।