ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ୟକ୍ତିଗତ କରକୁ ନେଇ ସରକାରଙ୍କ ପକ୍ଷରୁ ବଡ ନିର୍ଣ୍ଣୟ କରାଯାଇଛି ବୋଲିି ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ୍ ସମିଟ ୨୦୧୯ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେ କହିଛନ୍ତି ୫ ଲକ୍ଷ ଟଙ୍କା ଭିତରେ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ କର ଦେବାକୁ ପଡିବ ନାହିଁ । ଏହାଦ୍ୱାରା ୪୦ ହଜାର ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କର ଲାଭ ହେବ । ଆଜି ଭାରତ ସମସ୍ତ ଆତ୍ମବିଶ୍ୱାସ ସହିିତ ନିଜ ଅର୍ଥବ୍ୟବସ୍ଥାକୁ ୫ ଟ୍ରିଲିଅନ ଡଲାରରେ ପରିଣତ କରିବା ପାଇଁ ଲାଗି ପଡିଛି । ଏହି ଲକ୍ଷ୍ୟ ଅର୍ଥବ୍ୟବସ୍ଥା ସହିତ ୧୩୦ କୋଟି ଭାରତୀୟଙ୍କ ମୂଳ ଆୟ ।
ମୋଦି ଆହୁରୀ ମଧ୍ୟ କହିଛନ୍ତି, ବ୍ୟାଙ୍କିଂ ସେକ୍ଟରରେ ସମସ୍ୟାକୁ ଦୂର କରାଯିବ । ଛୋଟ ମୋଟ ବ୍ୟାଙ୍କ ବ୍ୟତିତ ବଡ ବଡ ବ୍ୟାଙ୍କ ଉପରେ ଫୋକସ କରାଯିବ । ସମିତି ଅବସରରେ ମୋଦି କହିଛନ୍ତି ଆଜି ବାବା ସହେବ ଆମ୍ବେଡକରଙ୍କ ପୂଣ୍ୟତିଥି । ମୁଁ ତାଙ୍କୁ ପ୍ରଣାମ କରୁଛି । ଦେଶର ଜନତା ନିର୍ବାଚନରେ ଜିତାଇଛନ୍ତି । କାରଣ ସବକା ସାଥ୍ ଏବଂ ସବକା ବିକାଶ ନେଇ ଚାଲନ୍ତୁ । ରାଜନିତିଜ୍ଞ ଚାଲେଞ୍ଜ ଆଜି ସୃଷ୍ଟି ହୋଇ ନାହିଁ ଏହା ପ୍ରଥମରୁ ଚାଲି ଆସୁଛି ।