ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ଶପଥ ଗ୍ରହଣ କରିବା ପୂର୍ବରୁ ଆଜି ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି । ଏହି ଅବସରରେ ମୋଦି ଅଟଳଜୀଙ୍କ ସ୍ମୃତି ପୀଠକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି । ତାଙ୍କ ସ୍ମୃତି ପୀଠ ଚାରି ପାଖରେ ହାତ ଯୋଡି ବୁଲିବା ସହିତ ମୁଣ୍ଡିଆ ମାରିଛନ୍ତି ।
ସେହିଭଳି ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ସ୍ମରଣ କରିଛନ୍ତି । ଗାନ୍ଧୀଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି । ସହିଦ ସୈନିକକଙ୍କୁ ମଧ୍ୟ ମୋଦି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସୂଚନାଯୋଗ୍ୟ ଦ୍ୱିତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ଭାବେ ଆଜି ସନ୍ଧ୍ୟାରେ ଶପଥ ଗ୍ରହଣ କରିବେ । ଏନେଇ ରାଷ୍ଟ୍ରପତି ଭବନ ଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ମୋଦିଙ୍କ ସମେତ ମୋଦିଙ୍କ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେବେ ।
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ରହିବେ । ୬ ହଜାରରୁ ଅଧିକ ଅତିଥି ଆଜି ମୋଦିଙ୍କ ଶପଥରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଓଡିଶାରୁ ୩ ଜଣଙ୍କୁ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବ ବୋଲି ଆକଳନ କରାଯାଉଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ କଲ ଆସିଥିବା ସୂଚନା ରହିଛି । ମୋଦିଙ୍କ ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ପାଇଁ ନିମନ୍ତ୍ରଣ ରହିଥିଲା ତେବେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି ।