ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୨୫ ତାରିଖରେ ପାରାଦୀପରେ କର୍ମୀ ସମ୍ମିଳନୀରେ ଯୋଗ ଦେବା ପାଇଁ ରାହୁଲ ଗାନ୍ଧୀ ଆସିବା ନେଇ କାର୍ଯ୍ୟସୂଚୀ ହୋଇ ଯାଇଥିବା ବେଳେ ପୁଣି ମୋଦି ଓଡିଶା ଆସିବେ ବୋଲି ଜଣା ପଡିଛି । ଆସନ୍ତା ୧୫ ତାରିଖରେ ବଲାଙ୍ଗିରରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି । ସରକାରୀ କାର୍ଯ୍ୟକ୍ରମର ଶିଳାନ୍ୟାସ କରିବା ସହ କର୍ମୀ ସମ୍ମିଳନୀରେ ଗୁରୁ ଜ୍ଞାନ ଦେବାର କାର୍ଯ୍ୟକ୍ରମ ରହିଛି । ୧୫ ତାରିଖ ସକାଳ ସାଢ଼େ ୬ଟାରେ ଝାରସୁଗୁଡାରେ ବିମାନ ବନ୍ଦରରେ ପହଁଞ୍ଚିବା ପରେ ସେଠାରୁ ଏକ ହେଲିକପ୍ଟର ଯୋଗେ ବଲା୍ଙ୍ଗିର ଯିବେ ।
ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ଏଣୁ ମାଳ ମାଳ କେନ୍ଦ୍ର ନେତା ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ ୧୫ ତାରିଖ ଗସ୍ତକୁ ମିଶାଇ ଗୋଟିଏ ମାସ ଭିତରେ ୩ଥର ଓଡିଶା ଗସ୍ତରେ ଆସୁଛନ୍ତି । ଓଡିଶା ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ବାରମ୍ବାର ମୋଦି ଓଡିଶା ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ରାହୁଲ ଗାନ୍ଧୀ ୨୫ ତାରିଖରେ ମଧ୍ୟ ଓଡିଶା ଆସିବା ନେଇ ସୂଚନା ଦେଇଛନ୍ତି । ସଭାପତି ହେବା ପରେ ଏହା ରାହୁଲଙ୍କ ପ୍ରଥମ ଓଡିଶା ଗସ୍ତ । ରାହୁଲଙ୍କ ଗସ୍ତରେ କଂଗ୍ରେସ କର୍ମୀ ଖୁବ ଖୁସିଥିବା ବେଳେ ନିର୍ବାଚନ ପୂର୍ବରୁ କର୍ଣ୍ଣମନ୍ତ୍ର ପାଇବାର ଆଶା ରଖିଛନ୍ତି ।
ତେବେ ବାରମ୍ବାର କେନ୍ଦ୍ରୀୟ ନେତାଙ୍କ ଗସ୍ତକୁ ନେଇ ବିଜେଡି ପ୍ରତିକ୍ରିଆ ରଖିଛି । ଓଡିଶାରେ ନବୀନଙ୍କ ଲୋକ ପ୍ରିୟତା ଜାରି ରହିଥିଲା ଏବଂ ରହିବ ବୋଲି କହିଛନ୍ତି ବିଜେଡି କର୍ମୀ । ଯେତେଥର ଓଡିଶା ଆସିଲେ ମଧ୍ୟ ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ପ୍ରତିକ୍ରିଆ ରଖିଛନ୍ତି ।