ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ମୋଦିଙ୍କ ମନମାନୀ । ଆଜି ପୁରା ଦେଶକୁ ମନକୀ ବାତ ଶୁଣାଉଥିବା ମଶହୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନମାନୀ ସଂପର୍କରେ ଉଲ୍ଲେଖ କରିଛନ୍ତି ଗୁଜୁରାଟର ପ୍ରସିଦ୍ଧ ଲେଖକ ତଥା ଉପସ୍ଥାପକ କରନ ଥାପର । ବିବିସି ନ୍ୟୁଜ ହିନ୍ଦୀକୁ ନିଜ ଇଂଟରଭ୍ୟୁରେ ମୋଦିଙ୍କ ସହ ତାଙ୍କର ୱାନ ଟୁ ୱାନର ପୁରା କାହାଣୀ ସେ ବଖାଣିଛନ୍ତି । ଏହି ଇଂଟରଭ୍ୟୁରେ କରନ ସେତେବେଳେ ମୋଦି କିପରି ଇଂଟରଭ୍ୟୁ ଅଧାରୁ ପଳାଇଥିଲେ ତାହା ବି ଉଲ୍ଲେଖ କରିଛନ୍ତି । ଯାହା ଏବେ ଜାତୀୟ ରୀାଜନୀତିକୁ ବେଶ ସରଗରମ କରିଛି ।
୨୦୦୭ ମସିହାରେ ତକ୍ରାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଇଂଟରଭ୍ୟୁ ନେଉଥାନ୍ତି ଗୁଜୁରାଟର ଲୋକପ୍ରିୟ ଟିଭି ଉପସ୍ଥାପକ ସାମ୍ବାଦିକ କରନ ଥାପର । ମାତ୍ର ତିନି ମିନିଟ ପାଇଁ ସ୍ଥିର ହୋଇଥାଏ ସୁପର ସିଏମଙ୍କ ସହ ୱାନ ଟୁ ୱାନ । ମୋଦିଙ୍କ ପାଇଁ ଥାପର ସାହେବଙ୍କ ପ୍ରଥମ ପ୍ରଶ୍ନ ଥିଲା, “ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଆପଣ ନିବୟାଚନର ମାତ୍ର ୬ ସପ୍ତାହ ଦୂରରେ ଅଛନ୍ତି । ଏହା ଭିତରେ ରାଜୀବଗାନ୍ଧୀ ଫାଉଣ୍ଡେସନ ଓ ଇଣ୍ଡିଆ ଟୁଡେ ଆପଣଙ୍କୁ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରି ସାରିଛି । କିନ୍ତୁ ଅନ୍ୟପଟେ ହଜାର ହଜାର ମୁସଲମାନ ଆପଣଙ୍କୁ ହତ୍ୟକାରୀ ଭାବେ ବିବେଚନା କରୁଛନ୍ତି । ଏହା ଆପଣଙ୍କ ଇମେଜ ଉପରେ ପ୍ରଭାବ ପକାଇବ ବୋଲି ଭାବୁଛନ୍ତି କି ?” ବାସ ଏହା ପରେ ଫିଡିକି ଯାଇଥିଲେ ମୋଦିଜୀ ।
ଅବଶ୍ୟ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ “ ଖୁବ କମ ଲୋକ ଏମିତି ଭାବୁଛନ୍ତି ।” କିନ୍ତୁ ପରେ ପୁଣି ନିଜ ପ୍ରଶ୍ନର ସବ୍ ଟାଇଟଲ ବାହାର କରିଥିଲେ କରନ ଥାପର । କହିଥିଲେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ମଧ୍ୟ ଆପଣଙ୍କ ଉପରେ ଟୀକା ଟିପ୍ପଣୀ ରଖିଛନ୍ତି ଏବଂ ମୁସଲମାନଙ୍କ ସଂପର୍କିତ ଆରୋପ ବେଳେ ଆପଣ ମୁହଁ ବୁଲାଇ ନେଇଛନ୍ତି ବୋଲି କହିଛନ୍ତି । ପରେ ମୋଦି ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ, ଏହା କେବଳ କଥିତ କିନ୍ତୁ ଲିଖିତ ନୁହେଁ । ତେଣୁ ଏହା କୌଣସି ପ୍ରଭାବ ପକାଇବାର ସମ୍ଭାବନା ନାହିଁ । କିନ୍ତୁ ନିଜ ପ୍ରଶ୍ନର ସନ୍ତୁଷ୍ଟି ଜନକ ଉତ୍ତର ପାଇବା ପର୍ଯ୍ୟନ୍ତ ଛାଡିବା ଲୋକ ନୁହଁନ୍ତି କରନ ଥାପର । ମୋଦଇଙ୍କ ଉତ୍ତର ଶେଷ ନହେଉଣୁ ଥାପର ତୁରନ୍ତ ପୁଣି ପ୍ରଶ୍ନ କରିଥିଲେ, ଖାସ ଏଇଥି ପାଇଁ ୪୫୦୦ ମାମଲାରୁ ୨୬୦୦ ମାମଲାକୁ ଗୁଜୁରାଟରୁ ବାହାରକୁ ପଠାଇ ଦିଆଯାଇଛି ଏବଂ ଏହା ଉପରେ ମଧ୍ୟ ସୁପ୍ରିମକୋର୍ଟ ଟିପ୍ପୀ ଦେଇଛନ୍ତି ।
ବୋଧହୁଏ ଏହା ଥିଲା ମୋଦିଙ୍କ ପାଇଁ ଶେଷ ପ୍ରଶ୍ନ । ତୁରନ୍ତ ମୋଦି କହିଥିଲେ, ଏମିତି ଯିଏ ଭାବୁଛି ସେ ଖୁସି ହେଉ ଏବଂ ଯଦି ଏହା ଆପଣଙ୍କର ରାୟ ତେବେ ଆପଣଙ୍କୁ ଅଭିନନ୍ଦନ । ଏହା କହିବା ପରେ ପିଇବା ପାଇଁ ପାଣି ମାଗି କହିଥିଲେ “ ଅବ୍ ମୁଝେ ପାନୀ ଚାହିୟେ” ।
ଯଦିଓ ମୋଦିଙ୍କ ପାଖରେ ପାଣି ଗିଲାସ ରଖାଯାଇଥିଲା, କିନ୍ତୁ ବାହାରକୁ ପାଣି ପିଇବାକୁ ଯିବାକୁ ଚାହିଁଥିଲେ ମୋଦି । ମାଇକ ବାହାର କଲେ ଓ ବାହାରକୁ ଚାଲିଗଲେ ମୁଖ୍ୟମନ୍ତ୍ରୀ ମୋଦି । ଆଉ ସେଇଠି ଶେଷ ହୋଇଗଲା ମୋଦିଙ୍କ ସହ କରନ ଥାପରଙ୍କ ୱାନ ଟୁ ୱାନ । ଏବେ ଦୀର୍ଘ ୧୧ ବର୍ଷ ପରେ ଏହି ପ୍ରସଙ୍ଗ ଉଠିଛି ଆଉ ଏହି ପ୍ରସଙ୍ଗକୁ ନିଜେ ସେତେବେଳର ଉପସ୍ଥାପକ କରନ ଥାପର ।
ଏହାର ପ୍ରାସଙ୍ଗିକତାକୁ ବି ଜୋର ଦିଆଯିବା ଆବଶ୍ୟକ । କାରଣ ସାଧାରଣ ନିର୍ବାଚନକୁ ବି ଆଉ ବେଶୀ ସମୟ ନାହିଁ । ଯେଉଁ ନିର୍ବାଚନକୁ ସାମ୍ନା କରିବେ ଟିମ ମୋଦି । ତେଣୁ ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ମୋଦିଙ୍କ ସହ ମିଡିଆକୁ ଯୋଡି ଜାତୀୟ ରାଜନୀତିକୁ ଉଠବସ କରାଇଛି ବିବିସି ନ୍ୟୁଜ । ଜାତୀୟ ଓ ଆନ୍ତର୍ଜାତୀୟ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇମେଜ ବଢ଼ି ଚାଲିଥିବା ବେଳେ ଠିକ ନିର୍ବାଚନ ପୂର୍ବରୁ ସେହି ଇମେଜ ଉପରେ ଲାଗିଛି ପ୍ରଶ୍ନଚିହ୍ନ । କରନ ଥାପରଙ୍କ ସହ ୱାନ ଟୁ ୱାନରୁ ମୋଦି ଉଠି ଆସିବା ପ୍ରମାଣିତ କରିଛି ମିଡିଆର ପ୍ରଶ୍ନକୁ ଏଡାଇବାକୁ ଚାହାଁନ୍ତି ମୋଦି । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ, ସତରେ କଣ ମିଡିଆକୁ ସାମ୍ନା କରିବାକୁ ମୋଦିଙ୍କ ସାହାସ ନାହିଁ ନା ମିଡିଆର ସବୁ ପ୍ରଶ୍ନର ଉତ୍ତର ନାହିଁ ମୋଦିଙ୍କ ପାଖରେ ? ତେବେ ଆଗାମୀ ନିର୍ବାଚନ ଓ ମୋଦିଙ୍କ ଭବିଷ୍ୟତ ରାଜନୀତି ଉପରେ ଏହାର କଣ ପ୍ରଭାବ ପଡୁଛି ତାକୁ ନେଇ ଅଙ୍କ କଷିବା ଆରମ୍ଭ କରିସାରିଲେଣି ରାଜନୀତି ସମୀକ୍ଷକ ।