ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶନିବାର ସନ୍ଧ୍ୟାରେ ଭାରତୀୟ କ୍ରିକେଟ ଟିମ୍ ର ସଫଳ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧ୍ୱନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ପାଇଁ ଘୋଷଣା କରିଛନ୍ତି । ଧ୍ୱନିଙ୍କର ଅବସରକୁ ନେଇ ତାଙ୍କ ନାଁ ଇତିହାସରେ ଲେଖାଯିବ ବୋଲି ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ କହିଛନ୍ତି । ଧ୍ୱନି ଗତକାଲି ସନ୍ଧ୍ୟାରେ ତାଙ୍କ ଇଂଷ୍ଟାଗ୍ରାମରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିବା ଏକ ପୋଷ୍ଟ କରିଥିଲେ । ତାଙ୍କର ଏହି ପୋଷ୍ଟ କ୍ରିକେଟ ଜଗତ ଏବଂ ତାଙ୍କ ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କିନ୍ତୁ ସେ ଏବେ ବି ଆଇପିଏଲ ରେ ଖେଳିବେ ।
#MSDhoni's name will be etched in history for leading the Indian cricket team in 331 international matches and for being the only #captaincool to win 3 championships for the nation.
His laurel and fame will be cherished by every Indian. pic.twitter.com/KBDJwoRt5V
— Edappadi K Palaniswami (@CMOTamilNadu) August 16, 2020
୩ଟି ଆଇସିସି ଟ୍ରଫିରେ ଧ୍ୱନୀ ଭାରତୀୟ କ୍ରିକେଟର ନେତୃତ୍ୱ କରିଥିଲେ । ଯେଉଁଥିରେ ସେ ତାଙ୍କ ଟିମ୍ କୁ ବିଜେତା ମଧ୍ୟ କରିଥିଲେ । ଏଥିରେ ଟି୨୦ ୱାଲ୍ଡକପ ୨୦୦୭, ୨୦୧୧ ୱାଲ୍ଡକପ ଏବଂ ଚାମ୍ପିୟାନ୍ସ ଟ୍ରଫି ୨୦୧୩ ବି ସାମିଲ ଅଛି ।