ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ତୁଷ୍ଟିକରଣ ର ରାଜନୀତିକୁ ନେଇ ମୁସଲମାନ ସମୁଦାୟର ଲୋକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି ମାଧ୍ୟମରେ ଲୋକେ ମମତାଙ୍କୁ ଅପିଲ କରିଛନ୍ତି କି ସେ ମୁସଲମାନ ମାନଙ୍କୁ ତୁଷ୍ଟିକରଣ ନ କରନ୍ତୁ । ପ୍ରକୃତରେ ଯେଉଁଭଳି ଭାବେ ପଶ୍ଚିମବଙ୍ଗର ଏନଆରଏସ ହସ୍ପିଟାଲରେ ଡାକ୍ତରଙ୍କ ଉପରେ ହମଲା କରିବା ମାମଲା ସାମ୍ନାକୁ ଆସିଲା,ତାହା ମୁସଲମାନ ଯୁବକମାନେ କରିଥିବାର ଅଭିଯୋଗ ହେବା ପରେ ଡାକ୍ତରମାନେ ସରକାରଙ୍କ ବିରୋଧରେ ଆନ୍ଦୋଳନରେ ବସିଥିଲେ । ଏହି ଘଟଣାକୁ ନେଇ ମୁସଲମାନ ସମୁଦାୟର ଲୋକ ମମତା ବାନାର୍ଜିଙ୍କୁ ଚିଠି ଲେଖି ଏହି ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।
ସେପଟେ ପ୍ରକୃତ ଅଭିଯୁକ୍ତ ନାଁ ରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଶ୍ଚିମବଙ୍ଗର ନାଗରିକମାନେ ଚିଠି ଦ୍ୱାରା ମମତାଙ୍କୁ ଅପିଲ କରିଛନ୍ତି । ସେହି ଚିଠିରେ ଲେଖା ହୋଇଛି କି ଆମେ ମୁସଲମାନ ଅନେକ ବର୍ଷ ହେବ କୋଲକାତାରେ ରହି ଆସୁଛୁ । ନିକଟରେ ଯେଉଁଭଳି ଭାବେ ଦୁଇଟି ଘଟଣା ଘଟିଛି ସେଥିପାଇଁ ଆମେ ବହୁତ ଚିନ୍ତିତ । ପ୍ରଥମ ଘଟଣା ଯେଉଁଥିରେ ଡାକ୍ତରଙ୍କ ସହିତ ମାର ପିଟ୍ କରାଯାଇଛି ଏବଂ ଦ୍ୱିତୀୟରେ ଅଭିନେତ୍ରୀଙ୍କ ସହିତ ମାର୍ ପିଟ୍, ଏହି ଦୁଇ ଘଟଣା ଯୋଗୁଁ ଆମେ ବହୁତ ଚିନ୍ତିତ । ଦୁଇଟି ଯାକ ମାମଲାରେ ମୁସଲମାନ ସମୁଦାୟର ଲୋକ ମାର୍ ପିଟ୍ କରିଛନ୍ତି । ଏଥିପାଇଁ ଆମେ ଦୁଃଖିତ ।
ଚିଠିରେ ଆହୁରି ମଧ୍ୟ ଲେଖା ହୋଇଛି କି ମୁସଲମାନ ସମୁଦାୟ ଲୋକଙ୍କୁ ଶିକ୍ଷିତ କରିବା ପାଇଁ ସରକାରୀ ସ୍ତରରେ ଯୋଜନାର ଶୁଭାରମ୍ଭ କରାଯାଉ । ସେମାନଙ୍କୁ ଶିକ୍ଷିତ କରାଯାଉ ଏବଂ ଆହୁର ଆଗକୁ ବଢିବା ପାଇଁ ଦିଆଯାଉ । କୋଲକାତାରେ ମୁସଲମାନ ସମୁଦାୟର ଲୋକଙ୍କ ଲିଙ୍ଗଭେବ, ସମାଜରେ ରହିବାର ଢଙ୍ଗ, ଆଇନ ନିୟମ ପାଳନ କରିବାକୁ ନେଇ ଶିକ୍ଷିତ କରିବା ନିହାତି ଜରୁରୀ । ଏହି ଚିଠିରେ ଅନେକ ଲୋକ ଦସ୍ତଖତ ମଧ୍ୟ କରିଛନ୍ତି ।