ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଗୋଟେ ପରେ ଗୋଟେ ଅଭିଯାନ ଆରମ୍ଭ କରୁଛନ୍ତି କେନ୍ଦ୍ରସରକାର । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଅଭିଯାନ ଆରମ୍ଭ କରିଛନ୍ତି । ଯାହାର ନାଁ ରହିଛି ‘ମେଁ ଭି ଚୌକିଦାର ’ ଅଭିଯାନ। ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟରେ ଏକ ବିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ‘ମେଁ ବି ଚୌକିଦାର’ ସହିତ ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପିର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ବିଷୟରେ ନରେନ୍ଦ୍ର ମୋଦି ମାର୍ଚ୍ଚ ୩୧ ରେ ଦେଶବାସୀଙ୍କ ସହିତ ଆଲୋଚନା କରିବେ ।
‘ମେଁ ଭି ଚୌକିଦାର’ ର ସଂକଳ୍ପ ନେବା ପାଇଁ ଶନିବାର ଶନିବାର ନରେନ୍ଦ୍ର ମୋଦି ସମର୍ଥକଙ୍କୁ ଅପିଲ କରିଛନ୍ତି । ସେ କହିଛନ୍ତି କି ଭ୍ରଷ୍ଟାଚାର ଏବଂ ସାମିଜିକ ଖରାପ ନୀତି ବିରୋଧରେ ଲଢେଇ କରିବାରେ ସେ ଏକୁଟିଆ ନାହାନ୍ତି । ସେ ଟ୍ୱିଟ୍ କରିଛନ୍ତି କି, ‘ଆପଣଙ୍କ ଚୌକିଦାର ଦମ୍ଭର ସହ ଛିଡା ହୋଇଛି ଏବଂ ଦେଶର ସେବା କରୁଛି, କିନ୍ତୁ ମୁଁ ଏକୁଟିଆ ନାହିଁ ।’
ଭ୍ରଷ୍ଟାଚାର ଏବଂ ସାମାଜିକ ଖରାପ ନୀତି ବିରୋଧରେ ଲଢେଇ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଚୌକିଦାର । ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଚୌକିଦାର । ଆଜି ପ୍ରତ୍ୟେକ ଭାରତୀୟ କହୁଛନ୍ତି ‘ମେଁ ଭି ଚୌକିଦାର ।’
Your Chowkidar is standing firm & serving the nation.
But, I am not alone.
Everyone who is fighting corruption, dirt, social evils is a Chowkidar.
Everyone working hard for the progress of India is a Chowkidar.
Today, every Indian is saying-#MainBhiChowkidar
— Narendra Modi (@narendramodi) March 16, 2019