ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ): ନୌଗଢ ରେଲୱେ ଷ୍ଟେସନର ନାଁ ପରିବର୍ତ୍ତନ କରି ସିଦ୍ଧାର୍ଥନଗର ରେଲୱେ ଷ୍ଟେସନ କରିଛନ୍ତି ଯୋଗୀ ସରକାର । ପିଡବ୍ଲ୍ୟୁଡି ପ୍ରମୁଖ ସଚିବ ନୀତିନ ରମେଶ ଗୋକର୍ଣ୍ଣଙ୍କ ଅନୁସାରେ, ରେଲୱେ ଷ୍ଟେସନର ନାଁ ପରିବର୍ତ୍ତନ ସମ୍ବନ୍ଧରେ ଗୁରୁବାର ଦିନ ଏକ ଅଧିସୂଚନା ଜାରି କରାଯାଇଛି ।
ଏହାପୂର୍ବରୁ , ଯୋଗୀ ସରକାରଙ୍କ ପକ୍ଷରୁ ମୁଗଲସରାଇ ରେଲୱେ ଷ୍ଟେସନର ନାଁ ପରିବର୍ତ୍ତନ କରି ଦିନ ଦୟାଲ ଉପାଧ୍ୟାୟ ରେଲୱେ ଷ୍ଟେସନ କରାଯାଇଥିଲା । ସେହିପରି ଇଲାହାବାଦ ନାଁ ପରିବର୍ତ୍ତନ କରି ପ୍ରୟାଗରାଜ କରାଯାଇଥିଲା ଏବଂ ଫୌଜବାଦର ନାଁ ପରିବର୍ତ୍ତନ କରାଯାଇ ଅଯୋଧ୍ୟା କରାଯାଇଥିଲା ।
ଏନେଇ ଭାରତୀୟ ଜନତା ପାର୍ଟିର ସାଂସଦ ଜଗଦମ୍ବିକା ପାଲ କହିଛନ୍ତି, ଯଦି ଜିଲ୍ଲାର ନାଁ ସିଦ୍ଧାର୍ଥନଗର ଥିଲା ତେବେ ରେଲୱେ ଷ୍ଟେସନର ନାଁ ନୌଗଢ ରଖିବାର କୌଣସି ଅର୍ଥ ନଥିଲା । ପ୍ରକୃତରେ ନାଁ କେବଳ ପର୍ଯ୍ୟଟକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିଥାଏ ।