ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସାରା ଦେଶରେ ପାଳିତ ହୋଇଛି ୭୧ତମ ସାଧାରଣତନ୍ତ୍ର ଦିବସ । ଗାଁ ଠୁ ସହର ଚାରିଆଡେ ଏହି ଦିବସ ଖୁବ୍ ଉତ୍ସାହର ସହ ପାଳନ କରାଯାଇଛି । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ମାହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠି ହୋଇଯାଇଛି । ପ୍ରଥମଥର ପାଇଁ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଅନ୍ୟପଟେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିଛନ୍ତି । ପ୍ୟାରେଡରେ ମୋଟ ୪୮ଟି ଗ୍ରୁପ୍ ଭାଗ ନେଇଥିବା ବେଳେ ୧୨ ଟି ପ୍ରଜ୍ଞାପନ ମେଢ ଭାଗ ନେଇଥିବାର ଜଣାପଡିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ସାଧାରଣତନ୍ତ୍ର ଦିବସରେ ଦେଶର ମହାପୁରୁଷ ଓ ଅମର ଯବାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି । ସମସ୍ତଙ୍କୁ ସାଥିରେ ନେଇ ଓଡିଶା ଆଜି ନୂତନ ସଂକଳ୍ପରେ ଆଗକୁ ବଢୁଛି । ସେବା ସାହସ, ଦକ୍ଷତା ଓ ପ୍ରତିବଦ୍ଧତା ହେବ ନୂଆ ଓଡିଶାର ପରିଚୟ । ଏହା ହେବ ଶ୍ରେଷ୍ଠ ଓଡିଶା । ଆସନ୍ତୁ ନୂଆ ଓଡିଶା ଗଠନ ଦିଗରେ ଏକ ହୋଇ କାମ କରି ଚାଲିବା ।
ସାଧାରଣତନ୍ତ୍ର ଦିବସରେ ଦେଶର ମହାପୁରୁଷ ଓ ଅମର ଯବାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସମସ୍ତଙ୍କୁ ସାଥିରେ ନେଇ ଓଡ଼ିଶା ଆଜି ନୂତନ ସଙ୍କଳ୍ପରେ ଆଗକୁ ବଢୁଛି। ସେବା, ସାହସ, ଦକ୍ଷତା ଓ ପ୍ରତିବଦ୍ଧତା ହେବ ନୂଆ ଓଡ଼ିଶାର ପରିଚୟ। ଏହା ହେବ ଶ୍ରେଷ୍ଠ ଓଡ଼ିଶା। ଆସନ୍ତୁ, ନୂଆ ଓଡ଼ିଶା ଗଠନ ଦିଗରେ ଏକ ହୋଇ କାମ କରିଚାଲିବା #RepublicDay pic.twitter.com/cUDZTVNUDy
— Naveen Patnaik (@Naveen_Odisha) January 26, 2020