ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଜନତା ପାର୍ଟିକୁ ଛାଡି କଂଗ୍ରେସରେ ସାମିଲ ହୋଇଥିବା ନବଜୋତ ସିଂହ ସିଦ୍ଧୁ ଏବେ ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଖୁବ୍ ପ୍ରଶଂସା କରିଛନ୍ତି । ସିଦ୍ଧୁ କହିଛନ୍ତି କି ଲୋକଙ୍କୁ ରାଷ୍ଟ୍ରବାଦ ସୋନିଆ ଗାନ୍ଧୀଙ୍କଠାରୁ ଶିଖିବା ଉଚିତ୍ । ଯେଉଁ ଭଳି ଭାବେ ତାଙ୍କ ପତି ରାଜୀବ ଗାନ୍ଧଙ୍କ ହତ୍ୟା ହୋଇଛି, ଏହାପରେ ସୋନିଆ ଗାନ୍ଧୀ କଂଗ୍ରେସକୁ ସମ୍ଭାଳିଲେ , ଏହା ଲୋକଙ୍କୁ ତାଙ୍କଠାରୁ ଶିଖିବା ଉଚିତ୍ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ସୋନିଆ ଗାନ୍ଧୀଙ୍କ ଜବରଦସ୍ତ ନେତୃତ୍ୱ କ୍ଷମତା ଯୋଗୁଁ କଂଗ୍ରେସ ୧୦ ବର୍ଷ ଯାଏଁ ସତ୍ତାରେ ରହିଥିଲା । ଏହି ଅବସରରେ ସିଦ୍ଧୁ ଭାରତୀୟ ଜନତା ପାର୍ଟି ଉପରେ ହମଲା କରି କହିଛନ୍ତି କି ଯେକୌଣସି ବ୍ୟକ୍ତି ବିଜେପି ପ୍ରତି ବିଶ୍ୱସ୍ତ ରହିଥାନ୍ତି ଲୋକେ ତାଙ୍କୁ ରାଷ୍ଟ୍ରବାଦ ବୋଲି କହିଥାନ୍ତି କିନ୍ତୁ ଯଦି କୌଣସି ବ୍ୟକ୍ତି ବିଜେପି ବିରୋଧରେ ଯାଇଥାଏ ଲୋକେ ତାଙ୍କୁ ଦେଶଦ୍ରୋହୀ କରିଦେଇଥାନ୍ତି ।
ଏହାବ୍ୟତିତ ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ମଧ୍ୟ ବଡ କଥା କହିଛନ୍ତି । ସେ କହିଛନ୍ତି କି ଯଦି ରାହୁଲ ଗାନ୍ଧୀ ଅମେଠୀରେ ନିର୍ବାଚନ ହାରି ଯାଆନ୍ତି ତେବେ ସେ ରାଜନୀତି ଛାଡି ଦେବେ । ସିଦ୍ଧୁଙ୍କ ଏହି ବୟାନ ପାଇଁ ଏବେ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ଅମେଠୀ ନିର୍ବାଚନୀ କ୍ଷେତ୍ରରେ ରାହୁଲଙ୍କ ବିପକ୍ଷରେ ବିଜେପି ପକ୍ଷରୁ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ନିର୍ବାଚନ ଲଢୁଛନ୍ତି ।