ଛତିଶଗଡ (ଏଟିଆର ବ୍ୟୁରୋ) ; ୨ଟି ପର୍ଯ୍ୟାୟରେ ଛତିଶଗଡରେ ହେବ ମତଦାନ । ଆସନ୍ତା କାଲି ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ମତଦାନ । ତେବେ ଗୋଟିଏ ଦିନ ପୂର୍ବରୁ ଅଶାନ୍ତ ହୋଇ ପଡିଛି ଛତିଶଗଡ । ନିଜର ସ୍ଥିତି ଜାହିର କରିବା ପାଇଁ ମାଓବାଦୀ ମାନେ ରାଜ୍ୟର ୨ଟି ସ୍ଥାନରେ ହମଲା କରି ଆତଙ୍କ ସୃଷ୍ଟି କରିଛନ୍ତି । ରାଜ୍ୟର କାଙ୍କୋର ଏବଂ ବିଜାପୁରରେ ୬ଟି ଆଇଡି ବିସ୍ପୋରଣ କରିଛନ୍ତି ମାଓବାଦୀ । ଏଥିରେ ଜଣେ ଏସଆଇ ଆହତ ହୋଇଛନ୍ତି । ଆହତ ଏସଆଇ ଜଣକ ହେଲେ ମହେନ୍ଦ୍ର କୁମାର । ଆହତ ଏସଆଇଙ୍କୁ ମେଡିକାଲରେ ଭତ୍ତି କରାଯାଇଛି । ତେବେ ଏହି ଆକ୍ରମଣ ଘଟଣାରେ ଜଣେ ମାଓବାଦୀକୁ ଗିରଫ କରିଛନ୍ତି ଏସଟିଏଫ । ଏବଂ ମାଓବାଦୀଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ମଧ୍ୟ ଜବତ କରିଛନ୍ତି ସୁରକ୍ଷାକର୍ମୀ । ନିର୍ବାଚନ କରାଇ ନଦେବା ପାଇଁ ଏପରି ଖୋଲା ଚ୍ୟାଲେଞ୍ଜ ଦେବା ସହ ହମଲା କରିଛନ୍ତି ମାଓବାଦୀ ।
ନକ୍ସଲ ଅଧ୍ୟୁସିତ ୮ଟି ଜିଲ୍ଲାର ୧୮ଟି ଆସନରେ ଆସନ୍ତା କାଲି ସକାଳ ୭ରୁ ଦିନ ୩ଟା ଭିତରେ ଭୋଟିଂ ହେବ । ୧୮ଟି ବିଧାନସଭା ଆସନ ଭିତରେ ରହିଛି ରାଜନନ୍ଦ ଜିଲ୍ଲାର ୬ଟି ଆସନ ଏବଂ ବସ୍ତର ଅଞ୍ଚଳର ୧୨ଟି ଆସନ ମାଓ ଅଧ୍ୟୁସିତ । ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସମେତ ୧୯୦ ଜଣ ପ୍ରାଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବେ ଭୋଟର । ଏଣୁ ଏହାକୁ ନଜରରେ ରଖି ଏସଟିଏଫ,ଡିଆଜିଏବଂ ସିଆରପିଏଫ ଜୋରଦାର କମ୍ବିଂ ଅପରେଶନ ଚଳାଇଥିଲେ ମଧ୍ୟ ମାଓବାଦୀ ଆକ୍ରମଣ କରିଛନ୍ତି । ତେବେ ପ୍ରଶ୍ନ ଉଠିଛି ସୁରକ୍ଷା ଉପରେ ଆସନ୍ତା ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ଏଣୁ ନଜର ରହିଛି ଏହା ଉପରେ । କାରଣ ପ୍ରଥମରୁ ଏପରି ଆକ୍ରମଣ ହେଉଥିବାରୁ ଦ୍ୱିତୀୟ ପର୍ଯ୍ୟାୟରେ ବହୁ ବାଧା ବିଘ୍ନ ସୃଷ୍ଟି କରିପାରନ୍ତି ମାଓବାଦୀ ।