ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନରେ ବିଜେପିକୁ ବହୁମତ ମିଳିଛି । କେନ୍ଦ୍ରରେ ସରକାର ଗଢିବା ପାଇଁ ଆଜି ବିଜେପି ନବନିର୍ବାଚିତ ସାଂସଦ ମାନଙ୍କୁ ନେଇ ଆଜି ଏକ ବୈଠକ ଡାକିଛି । ସଂସଦ ଭବନର କେନ୍ଦ୍ରୀୟ ହଲରେ ହେବାକୁ ଥିବା ଏହି ବୈଠକରେ ମୋଦିଙ୍କୁ ବିଦ୍ଧିବଦ୍ଧ ଭାବେ ନେତା ନିର୍ବାଚନ କରାଯିବ । ଏହି ବୈଠକରେ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ନିଜର ଇସ୍ତପା ପତ୍ର ପ୍ରଦାନ କରିଥିଲେ । ତେବେ ଆସନ୍ତା ୩୦ ତାରିଖରେ ନୂଆ ସରକାର ପାଇଁ ସପଥ ଗ୍ରହଣ ଉତ୍ସବ ହେବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୫ ଟାରେ ହେବାକୁ ଥିବା ଏହି ବୈଠକରେ ନେତା ନିର୍ବାଚନ ହେବା ସହିତ ନରେନ୍ଦ୍ର ମୋଦି ନବ ନିର୍ବାଚିତ ସାଂସଦ ମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ବିଜେପି ସଂସଦୀୟ ବୈଠକ ପରେ ଏନଡିଏ ସାଂସଦଙ୍କ ବୈଠକ ବସିବ ବୋଲି ସୂଚନା ରହିିଛି ।
ଏନଡିଏ ବୈଠକରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାସ ପାଶ୍ବାନ ଉପସ୍ଥିତ ରହିବେ । ଅନ୍ୟପଟେ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ଆଜି କାର୍ଯ୍ୟକାରିଣୀ କମିଟି ବୈଠକ ବସିବ । କଂଗ୍ର୍ରେସର ପରାଜୟ ସମୀକ୍ଷା ନେଇ ଏହି ବୈଠକ ବସିବ । କେଉଁ କାରଣରୁ କଂଗ୍ରେସର ପ୍ରଦର୍ଶନ ଖରାପ ହେଲା ସେ ନେଇ କାରଣ ଖୋଜାଯିବ । ତେବେ ଆଜି ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତପା ଦେଇ ପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି ।